ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ହେରାଲଡ୍’ ମାମଲାରେ ଛନ୍ଦି ହୋଇଥିବା ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିବାକୁ ଲାଗିଛି | ଲଗାତାର ୩ ଦିନ ଜେରାର ସମ୍ମୁଖୀନ ହେବା ପରେ ପୁଣି ଠାରେ ଜେରାର ସମ୍ମୁଖୀନ ହେବେ ରାହୁଲ ଗାନ୍ଧୀ | ୩ ଦିନରେ ସମୁଦାୟ ୩୦ ଘଣ୍ଟା ଜେରା କରିବା ପରେ ଚତୁର୍ଥ ପର୍ଯ୍ୟାୟ ଜେରା ନିମନ୍ତେ ଶୁକ୍ରବାର ଦିନ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ରାହୁଲ୍ ଗାନ୍ଧୀଙ୍କୁ ସମନ୍ ଜାରି କରିଛି |
କ୍ରମାଗତ ୩ ଦିନ ଧରି ଜେରା କରାଯିବା ପରେ ଗୋଟିଏ ଦିନ ଛାଡ଼ କରିବା ପାଇଁ ରାହୁଲ୍ ଗାନ୍ଧୀ ଅନୁରୋଧ କରିଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ଅନୁରୋଧ ରକ୍ଷା କରି ଗୁରୁବାର ପରିବର୍ତ୍ତେ ଶୁକ୍ରବାର ଦିନ ଜେରା ପାଇଁ ହାଜର ହେବାକୁ ସମନ୍ ଜାରି କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ବିଶେଷସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଜେରା ସମୟର ପ୍ରବର୍ତ୍ତନ ନିର୍ଦେଶାଳୟ ଅଡିଓ ଏବଂ ଭିଡିଓ ରେକର୍ଡ କରୁଛି। ପରେ ରାହୁଲ୍ ଦେଇଥିବା ବୟାନ ସବୁକୁ ଟାଇପ୍ କରାଯାଇ ସେଥିରେ ତାଙ୍କର ଏବଂ ତଦନ୍ତକାରୀ ଅଧିକାରୀଙ୍କର ଦସ୍ତଖତ ନିଆଯାଉଛି।
ଗତ ୩ ଦିନ ମଧ୍ୟରେ ରାହୁଲ୍ ଗାନ୍ଧୀଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ଜେରା କରାଗଲାଣି। ତାଙ୍କ ବ୍ୟତିରେକେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଜେରା କରାଯିବ। କିନ୍ତୁ, କୋଭିହ୍ ପଜିଟିଭ୍ ବାହାରିଥିବାରୁ ସେ ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସାଧୀନା ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ସୁଧୁରିଲେ ତାଙ୍କୁ ମଧ୍ୟ ଜେରା କରାଯିବ।
