ସିଏସକେରୁ ବିଦାୟ ନେଲେ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ
ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସର ସବୁଠାରୁ ସଫଳ ଏବଂ ଦୀର୍ଘ ଦିନର ଏକ ଭାଗିଦାରୀର ଅନ୍ତ ଘଟିଛି। ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ୧୮ ବର୍ଷ ପରେ ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସର ସବୁଠାରୁ ସଫଳ ଏବଂ ଦୀର୍ଘ ଦିନର ଏକ ଭାଗିଦାରୀର ଅନ୍ତ ଘଟିଛି। ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ୧୮ ବର୍ଷ ପରେ ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋରାପୁଟ ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ (ଓସିସି) ଲିମିଟେଡ୍ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପେଟ୍ଟାଙ୍କ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି।
ସୁପ୍ରିମକୋର୍ଟରେ ପହଞ୍ଚିଛି ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ହେରଫେର ଓ ଚୋରି ମାମଲା। ସୁପ୍ରିମକୋର୍ଟ ଏହି ମାମଲାରେ ସୋମବାର ଶୁଣାଣି କରି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍ ଜାରି କରିଛି।
ଭବନେଶ୍ବର ଲୋଏର ପିଏମଜିରେ ଆମରଣ ଅନଶନରେ ବସିଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି ଚାମେଲି ଓଝା। କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତରୀ
ମଝି ସମୁଦ୍ରରେ ମୃତ୍ୟୁର ତାଣ୍ଡବ। ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଥିବା ମାଛଧରା ଟ୍ରଲର ଏଫବି ମା କାଳୀର ସନ୍ଧାନ ମିଳିଥିବାବେଳେ ସେଥିରେ ଥିବା ୧୫ ଜଣ ମତ୍ସ୍ୟଜୀବୀ ମଧ୍ୟରୁ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ଶ୍ରୀଜିଉଙ୍କ ଅଣସର ସମୟ ସମ୍ପୂର୍ଣ୍ଣ ହୋଇଛି। ସ୍ନାନଯାତ୍ରା ପରେ ରତ୍ନବେଦୀରେ ଗୁପ୍ତ ସେବାରେ ଥିବା ଶ୍ରୀଜିଉମାନେ ଏବେ ସୁସ୍ଥ ହୋଇଛନ୍ତି। ଏହାପରେ ମଙ୍ଗଳବାର(ଜୁଲାଇ ୧୪) ଅପରାହ୍ଣ ୨ ଟାରୁ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଆରମ୍ଭ ହେବ। ନୀତିକାନ୍ତିର ବହୁଳତା ଯୋଗୁ ଚଳିତ ବର୍ଷ କମ୍ ସମୟ ପାଇଁ ଏହି ଦର୍ଶନର ବ୍ୟବସ୍ଥା କରାଯାଇଛି।
ପୁଣି ଚର୍ଚ୍ଚାରେ ଚାମେଲି ଓଝା। ନ୍ୟାୟ ଦାବିରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା।
ରାଉରରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣକୁ ତୀବ୍ର ବିରୋଧ କରାଯାଇଛି। ବନ୍ଧମୁଣ୍ଡା ଥାନା ଶୀତଳ ନଗରରେ ଧସେଇ ପଶିଲେ ଶତାଧିକ ଆଦିବାସୀ। ସମ୍ପ୍ରସାରଣ ପାଇଁ ଶୀତଳ ନଗରକୁ ଅଧିଗ୍ରହଣ କରିଛି ଆରଏସପି।
ବାରମ୍ବାର କୋର୍ଟକୁ ଆସୁଛି ବୋମା ଧମକ। ତେବେ ଏହି ଧମକ ପୂର୍ଣ୍ଣ ଚିଠି କିଏ ଓ କାହିଁକି ପଠାଉଛି, ତାହାର କୌଣସି ଟେର ପାଉନି ପୋଲିସ। ପ୍ରତି ମାସରେ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଧମକ ପୂର୍ଣ୍ଣ ଚିଠି ଆସୁଥିବା ଜଣାପଡ଼ିଛି।
ଜୀବନ ଦାନ କେନ୍ଦ୍ରରେ ମୃତ୍ୟୁର ଔଷଧ। ଗରିବ ଲୋକଙ୍କ ସୁବିଧା ପାଇଁ ସରକାର ନିରାମୟ କେନ୍ଦ୍ର ଖୋଲିଥିବାବେଳେ ଏଠାରେ ଏକ୍ସପାୟାରୀ ଔଷଧ ଦେଇ ମୃତ୍ୟୁକୁ ଡାକୁଛନ୍ତି। ନିରାମୟ କେନ୍ଦ୍ରରେ ମିଳୁଛି ପୋକରା ଔଷଧ। ରୋଗୀଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହେଉଛି।
ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୭ କିଲୋମିଟର ଟ୍ରାକ୍ଟରରେ ବୁହାହେଲେ ଗର୍ଭବତୀ। ଆଉ ମେଡିକାଲ ଯିବା ପୂର୍ବରୁ ଅଧା ରାସ୍ତାରେ ହିଁ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା।
କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଏକ ପିଆଜ ବୋଝେଇ ଟ୍ରକ ।
ଦୋଷ ଥିଲା ଏତିକି ପ୍ରେମ ବିବାହ କରିବା। ଆତ୍ମୀୟ ପରିଜନ ସମସ୍ତେ ଅଲଗା କରିଦେଲେ। କେହି ଟିକିଏ ଅନାଇଲେ ନାହିଁ। ନା ବାପ ଘର ନା ଶାଶୁ ଘର ଲୋକେ। କେହି ପଚାରିବା ତ ଦୂର କଥା, ଦେଖିଲେ ମୁହଁ ବୁଲାଇ ପଳାନ୍ତି।
ଉପରମୁଣ୍ଡରେ ବର୍ଷା ସ୍ଥିତି ନଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଛି। ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାରୁ ଆଜି ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି।
ସାମାନ୍ୟ କଥାକୁ ନେଇ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି ସ୍ବାମୀ। ଖାଇବା ଦେବାକୁ ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ସ୍ୱାମୀ l ସ୍ତ୍ରୀକୁ ଭଙ୍ଗା ଟାଇଲରେ ଛେଚି ହତ୍ୟା କରିଛି l ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ l
ମାନବୀୟ ଲୀଳା କରୁଛନ୍ତି ନିଳାଦ୍ରିବିହାରୀ ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ କମ୍ପୁଥିଲେ ଦୀର୍ଘ ୧୦ ଦିନ ଜ୍ବରରେ ପୀଡିତ ହେବାପରେ ଦଇତାପତି ସେବକ, ପତି ମହାପାତ୍ରଙ୍କ ସେବା ଶୁଶ୍ରୁଷାରେ ସୁସ୍ଥତା ଅନୁଭବକରି ଚକାବିଜେ କରିଥିଲେ
ଏକାଦେଶୀ ତିଥିରେ ଶ୍ରୀଜୀଉଙ୍କୁ ଲାଗି ହୋଇଛି ଦଶମୂଳ ମୋଦକ। ସୁସ୍ଥ ହେଉଛନ୍ତି ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଦାଖଲ ହୋଇଥିଲା ଆୟୁର୍ବେଦିକ ଔଷଧ 'ଦଶମୂଳ ମୋଦକ'।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅକଲ୍ୟାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦି” କାର୍ଯ୍ୟକ୍ରମରେ ଯୋଗ ଦେଇ, ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି।