ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ରୋହିତଙ୍କ ପୋଷ୍ଟ୍‌; ବଢ଼ିବାରେ ଲାଗିଛି ପ୍ରଶଂସକଙ୍କ ପ୍ରେମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ରୋହିତଙ୍କ ପୋଷ୍ଟ୍‌। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ସିରିଜର ଶେଷ ମ୍ୟାଚରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଏବଂ ‘ପ୍ଲେୟାର ଅଫ୍ ଦି ସିରିଜ୍’ ବିବେଚିତ ହେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ‌କ୍ରେଜ୍‌ ଯଥେଷ୍ଟ ଅଧିକ ବଢ଼ିଯାଇଛି। ସିରିଜ୍ ଶେଷ ହେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୋସିଆଲ ମିଡିଆରେ ଏକ ବାର୍ତ୍ତା ପୋଷ୍ଟ କରି ପୁଣି ଥରେ ଏକ ଉତ୍ତେଜନା ସୃଷ୍ଟି କରିଛନ୍ତି। ସମସ୍ତେ ଏବେ ଜାଣନ୍ତି ଯେ ଭାରତୀୟ କ୍ରିକେଟରେ ଏହି କିମ୍ବଦନ୍ତୀ ଅଧିନାୟକଙ୍କ ପ୍ରତିଷ୍ଠା କେତେ ଉପରକୁ ଉଠିଛି। ଏହି ସମୟରେ ସେ ଯଦି ବି କିଛି କହୁଛନ୍ତି, ତାହା ଖବରର ହେଡ୍‌ଲାଇନ୍‌ ବନିବା ସ୍ବାଭାବିକ।

ରୋହିତ ସୋସିଆଲ ମିଡିଆରେ ସିଡନୀ ବିମାନବନ୍ଦରରେ ତାଙ୍କ ପ୍ରବେଶର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, “ଶେଷ ଥର ପାଇଁ, ସିଡନୀକୁ ବିଦାୟ।” ରୋହିତ ଏହି ବାର୍ତ୍ତା ପୋଷ୍ଟ କରିବା ମାତ୍ରକେ ପ୍ରଶଂସକମାନେ ବିଭିନ୍ନ କଥା ଅନୁମାନ କରିବା ଆରମ୍ଭ କରିଦେଇଛନ୍ତି। ଏହି ବାର୍ତ୍ତା ଅଷ୍ଟ୍ରେଲିଆରେ ଖେଳରୁ ତାଙ୍କର ଅବସର ବିଷୟରେ ନା ତାଙ୍କ କ୍ୟାରିୟରର ପରବର୍ତ୍ତୀ ପର୍ଯ୍ୟାୟ ବିଷୟରେ ବୋଲି ପ୍ରଶଂସକଙ୍କ ଭିତରେ ଦ୍ବନ୍ଦ୍ବ ଉପୁଜିଛି।

Related Posts