ହଠାତ୍ ମିଠା ଦୋକାନରେ ପହଞ୍ଚିଲେ କଂଗ୍ରେସ ସାଂସଦ; ଇମାରତି ଓ ବେସନ ଲଡ୍ଡୁ ନିଜ ହାତରେ ତିଆରି କରି ଚର୍ଚ୍ଚାରେ ରାହୁଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଘଣ୍ଟେୱାଲା ମିଠା ଦୋକାନ ପରିଦର୍ଶନରେ ଯାଇଥିଲେ । ତେବେ ସେ ସେଠାରେ ଖାଲି ଦୋକାନ ବୁଲିନଥିଲେ ତ ଇମରତି ଓ ବେସନ ଲଡ୍ଡୁ ପ୍ରସ୍ତୁତ କରିଥିଲେ ନିଜ ହାତରେ । ପୁରୁଣା ଦିଲ୍ଲୀର ସେହି ଫେମସ ମିଠା ଦୋକାନ ଘଣ୍ଟେୱାଲା । ସେହି ଦୋକାନ ସହ ସାଂସଦ ରାହୁଲ ଗାନ୍ଧୀଙ୍କର ପୁରୁଣା ସଂପର୍କ । ତାଙ୍କ ପରିବାରର ଅନେକ ପିଢ଼ିଙ୍କୁ ମିଠା ପରିବେଷଣ କରିଛନ୍ତି ।

ବର୍ତ୍ତମାନ ସେହି ଦୋକାନ ରାହୁଲଙ୍କ ବିବାହ ପାଇଁ ଅପେକ୍ଷା କରିଛନ୍ତି । ମିଠା ଦୋକାନ ମାଲିକ କହିଛନ୍ତି ଯେ ରାହୁଲ ଗାନ୍ଧୀ ଶୀଘ୍ର ବିବାହ କରିବା ଉଚିତ । ଦୀପାବଳି ଅବସରରେ ରାହୁଲ ଗାନ୍ଧୀ ଘଣ୍ଟେୱାଲା ମିଠା ଦୋକାନ ଯାଇଥିଲେ । ଯେଉଁଠାରେ ସେ କିଛି ମିଠା ତିଆରି କରିବାରେ ମଧ୍ୟ ଚେଷ୍ଟା କରିଥିଲେ । ରାହୁଲ ଗାନ୍ଧୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓଟି ପୋଷ୍ଟ କରିଥିଲେ। ଭିଡିଓଟି ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଓ ଐତିହାସିକ ଘଣ୍ଟେୱାଲା ମିଠା ଦୋକାନରେ ଇମରତି ଓ ବେସନ ଲଡ୍ଡୁ ତିଆରି କରିଛି ବୋଲି ସେ କହିଥିଲେ ।

Related Posts