ହାତୀ ଆକ୍ରମଣରେ ଚାଲିଗଲା ଯୁବକର ଜୀବନ, କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଉତ୍ତେଜନା

ହାତୀ ଆକ୍ରମଣରେ ଆଖି ବୁଜିଲେ ଜଣେ ଯୁବକ | ଅନୁଗୁଳ ଜିଲ୍ଲା ପାଲଲହଡା ଖମାର ରେଞ୍ଜ ଅନ୍ତର୍ଗତ ରଜଡଙ୍ଗ ଆନନ୍ଦପୁର ସାହିରେ ଘଟିଛି ଏହି ଅଘଟଣ | ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପୀତାମ୍ବର ସାମଲ।

ସୋମବାର ବିଳମ୍ବିତ ରାତିରେ ପୀତାମ୍ବର ଘରୁ ବାହାରକୁ ଆସିଥିବା ବେଳେ ତାଙ୍କୁ ହାତୀ ଆକ୍ରମଣର ଶିକାର ହୋଇଥିଲେ | ତାଙ୍କୁ ତୁରନ୍ତ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ମାତ୍ର ସେଠାରେ ଚିକିତ୍ସା କରୁଥିବା ଡାକ୍ତର ପୀତାମ୍ବରଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ଆନନ୍ଦପୁର ସାହିରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଏବଂ ହାତୀ ଦାଉରୁ ସୁରକ୍ଷା ଦାବିକରିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts