ଡ଼ାକ୍ତର ସୁମିତ ଓ ତପସ୍ୱିନୀଙ୍କ ବିବାଦ: ଅଂଚଳରେ ୧୪୪ ଧାରା ଜାରି

ଡ଼ାକ୍ତର ସୁମିତ ଓ ତପସ୍ୱିନଙ୍କ ପାରିବାରିକ ବିବାଦ ମାମଲା ଉଗ୍ର ରୂପ ଧାରଣ କରୁଥିବା ବେଳେ, ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି କଲା ପ୍ରଶାସନ । ବ୍ରହ୍ମାନଗର ଆରମ୍ଭ ଠାରୁ ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଧାରା ଜାରି କରାଯାଇଛି । ଗତକାଲି ସଂଧ୍ୟାରେ ସୁମିତଙ୍କ ଘର ଗେଟ୍ ଭାଙ୍ଗି ଉତ୍ୟକ୍ତ ମହିଳା ଘର ଭିତରକୁ ଧସେଇ ପଶିଥିଲେ । ତେଣୁ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି । ତପସ୍ୱିନୀଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ଉଦ୍ୟମ କରିଥିବା ପ୍ରତିକ୍ରିୟା ରଖିଥିଲେ ଉତ୍ୟକ୍ତ ମହିଳା ।

ତେବେ ପ୍ରଶ୍ନ ଉଠୁଛି, ମାମଲା କୋର୍ଟଙ୍କ ବିଚାରଧୀନ ଥିବା ବେଳେ, ନ୍ୟାୟ ଦେବା ପାଇଁ କାହିଁକି ଆଇନକୁ ହାତକୁ ନିଆଯାଉଛି । ବେଶ କିଛି ଦିନ ଧରି ବ୍ରହ୍ମପୁର ବ୍ରହ୍ମନଗରରେ ଚାଲିଥିବା ପାରିବାରିକ ବିବାଦ ଉଗ୍ର ରୂପ ନେବାରେ ଲାଗିଛି । ତପସ୍ୱିନୀ, ସ୍ୱାମୀ ସୁମିତଙ୍କ ନିକଟରେ ରହିବାକୁ ଦାବି କରି ଧାରଣାରେ ବସିଛନ୍ତି । ମାମଲା ମଧ୍ୟ କୋର୍ଟଙ୍କ ବିଚାରାଧୀନ ରହିଛି । ତପସ୍ୱିନୀଙ୍କ ପାଇଁ ଘରଭଡ଼ା ନେଇ ତାଙ୍କୁ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଅସୁସ୍ଥ ଥିବା ଦର୍ଶାଇ ଏବେ ଅନ୍ୟତ୍ର ରହୁଛନ୍ତି ସୁମିତ । ସେପଟେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଗତକାଲି ମାମଲାର ଶୁଣାଣି ହୋଇଛି । ତପସ୍ୱିନୀଙ୍କ ପାଇଁ ଘରଭଡ଼ା ନେଇ ତାଙ୍କୁ ରଖିବା ପାଇଁ ସୁମିତଙ୍କୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Related Posts