୩୦ ତାରିଖ ଯାଏ ଲାଗି ରହିବ ବର୍ଷା; ୫ ଜିଲ୍ଲା ଉପରେ ସର୍ବାଧିକ ପ୍ରଭାବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୩୦ ତାରିଖ ଯାଏ ଲାଗି ରହିବ ବର୍ଷା। ସେପଟେ ସ୍କୁଲ ଛୁଟି ଉପରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଭୀଷଣ ବାତ୍ୟା ‘ମୋନ୍ଥା’ ୨୮ତାରିଖ ସନ୍ଧ୍ୟା ବା ରାତି‌ରେ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ କଳିଙ୍ଗପାଟନାମ ଏବଂ ମଛଲିପଟନମ ମଧ୍ୟରେ ଥିବା କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ ବା ସର୍ବାଧିକ ୧୧୦କିମି ରହିବାର ସମ୍ଭାବନା ରହିଛି ।

ଓଡ଼ିଶାରେ ସ୍ଥଳଭାଗ ନଛୁଇଁଲେ ବି ଅଧିକ ପରିମାଣରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, “୨୭ରୁ ବର୍ଷା ଆରମ୍ଭ ହେବ। ୨୮ ଓ ୨୯ ରେ ବର୍ଷା ସହ ପବନ ବୋହିବ। ଏହି ସମୟରେ ପବନର ବେଗ ୬୦ରୁ ୭୦କିମି ରହିପାରେ ବୋଲି ଆକଳନ କରାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାରେ ପବନର ପ୍ରଭାବ ସର୍ବାଧିକ ରହିବ। ୩୦ତାରିଖ ବେଳକୁ ବର୍ଷାର ପରିମାଣ କମି ଆସିବା ସହ ହାଲୁକା ବର୍ଷା ହେବ। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଏହା ସହ ସମସ୍ତ ବନ୍ଦର ଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି। ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୦୪୦ କିଲୋମିଟର ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି ।

Related Posts