ନବୀନ ଯେଉଁ କ୍ଲାସରେ ଫୋଟୋ ଉଠେଇଥିଲେ, ସେହି ସ୍କୁଲ ରେ ୩୫% ଶିକ୍ଷକ ନାହାନ୍ତି

ସତ୍ୟପାଠ (ବ୍ୟୁରୋ) ୨୪/୧୨ : ଓଡ଼ିଶାରେ ଫୋଟୋ ଅପ୍ (photo op) ବା ଫୋଟୋ ଅପର୍ଚୁନିଟୀ ପଲଟିକ୍ସ୍ ରେ ଯଦି କିଏ ଆଗରେ ବୋଲି ଖୋଜାଯାଏ ତେବେ ନବୀନ ନିଜର ପ୍ରତିଦ୍ବନ୍ଦୀ ଙ୍କ ଠାରୁ ଏତେ ଆଗରେ ଯେ ତାଙ୍କ ଆଖ ପାଖରେ ବି କେହି ନେତା ଥିବା ଭଳି ଲାଗେନାହିଁ। ଫଟୋ ଅପ୍ ରାଜନୀତି ର ମୂଳ ଉଦ୍ଦେଶ୍ୟ ଟି ହେଲା ବାସ୍ତବ ସ୍ଥିତି କୁ ଲୁଚାଇବା ଏଵଂ ଲୋକଙ୍କର ବିଶ୍ୱାସ ଜିତିବା ପାଇଁ ଏକ ମିଥ୍ୟା ବା ଆଭାସୀ ବା ମରୀଚିକା ସଦୃଶ ଏକ ଛବି ପ୍ରସ୍ତୁତ କରିବା ଯାହାକି ସତ୍ୟ ଭଳି ଅନୁମେୟ ହେବ। ଆଉ ନିର୍ବାଚନ ସମୟରେ ନବୀନ ବାବୁଙ୍କର ଅସଂଖ୍ୟ ଫୋଟୋ ଅପ୍ ଚିତ୍ର ମିଡିଆରେ ଛାଇ ହୋଇଯାଏ ।

ଗତ ସପ୍ତାହ ରେ ନବୀନ ବାବୁଙ୍କର ଏହି ଭଳି ଗୋଟିଏ ଫୋଟୋ ଅପ୍ ନ୍ୟୂଜ୍ ମିଡିଆରେ ଖୁବ୍ ହେଇଥିଲା। ସେଥିରେ ଗତ ସପ୍ତାହରେ ଗଂଜାମ ଜିଲ୍ଲା ଗସ୍ତ ସମୟରେ ହିଞ୍ଜିଳିକାଟୁ ବ୍ଲକରେ ଏକ ସ୍କୁଲ କ୍ଲାସ୍ ରୁମରେ ପିଲାଙ୍କ ଡେସ୍କରେ ବସି ଫୋଟୋ ଉଥେଇଥିବାର ଦେଖାଯାଇଥିଲା। ଗସ୍ତ କାର୍ଯ୍ୟକ୍ରମର ଅଫିସିଆଲ୍ ପରପସ୍ ଥିଲା, ମୁଖ୍ୟମନ୍ତ୍ରୀ ରାଜ୍ୟରେ ୫ଟି ଅଧୀନରେ ଚାଲିଥିବା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ପରିଦର୍ଶନ କରିବା। ସେହିକ୍ରମରେ ନବୀନ ବାବୁ ହିଞ୍ଜିଳିକାଟୁ ବ୍ଲକ୍ ରେ ରୂପାନ୍ତରିତ ବୃନ୍ଦାବନ ହାଇସ୍କୁଲ ଦେଖିବା ପାଇଁ ଯାଇଥିଲେ। ସେଠି ହିଁ ଆୟୋଜନ କରାଯାଇଥିଲା ଫୋଟୋ ଅପ୍ ଇଭେଣ୍ଟ ର। ସେଥିପାଇଁ ନବୀନ ବାବୁ କିଛି ସ୍କୁଲ ପିଲାଙ୍କ ସହ କ୍ଲାସ୍ ରୁମ୍ ରେ ବସିଥିଲେ। ଜଣେ ଶିକ୍ଷୟତ୍ରୀ ମଧ୍ୟ ପାଠ ପଢ଼ାଉଥିବା ଦୃଶ୍ୟ ଫୋଟୋ ରେ ଥିଲା। ଏହି ଫୋଟୋ କୁ ତୁରନ୍ତ ମିଡିଆରେ ସେୟାର କରାଯାଇଥିଲା। ସେୟାର ହେବାକ୍ଷଣି ବିଜେଡି ର ମିଡିଆ ଟିମ୍ ଏହା ନବୀନଙ୍କର ମହାନତା ବୋଲି ଜୋରଦାର ପ୍ରଚାର କରିଚାଲିଲେ।

ଏହାପରେ ଯେଉଁ ତଥ୍ଯ ସାମନାକୁ ଆସିଲା ତାହା ଆହୁରି ନିନ୍ଦାଜନକ। କଥା ହେଉଛି କି ସଂପୃକ୍ତ ବୃନ୍ଦାବନ ହାଇସ୍କୁଲ ରେ ମୋଟ ଶିକ୍ଷକଙ୍କ ମଧ୍ୟରୁ ୩୫% ଶିକ୍ଷକ ପଦବୀ ଖାଲି ପଡ଼ିଛି। ୪୦ ଜଣ ଶିକ୍ଷକ ରହିବା କଥା ହେଲେ ଅଛନ୍ତି ମାତ୍ର ୨୬ ଜଣ। ୧୪ ଜଣ ଶିକ୍ଷକ ପଦବୀ ବହୁ ଦିନରୁ ଖାଲି ପଡ଼ିଛି। ବିରୋଧୀ ଏହାକୁ ନେଇ ସି.ଏମ. ଓ 5T ଚଲେଇଥିବା ବିଦ୍ୟାଳୟ ରୂପାନ୍ତରଣ କୁ ଟାର୍ଗେଟ କରିଛନ୍ତି। “ରାଜ୍ୟରେ ହଜାର ହଜାର ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ପ୍ରହସନ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ନାୟକ। ବିଦ୍ୟାଳୟ ରୂପାନ୍ତରଣ କେବଳ ସିଭିଲ ଠିକାଦାର ଓ ଚେୟାର ଟେବଲ୍ ସପ୍ଲାଏର ଙ୍କୁ ପୋଷିବା ଲକ୍ଷ୍ୟରେ ହେଇଛି ବୋଲି କହିଛନ୍ତି ସତ୍ୟ ନାୟକ। ରାଜ୍ୟରେ ବିପର୍ଯ୍ୟସ୍ତ ବିଦ୍ୟାଳୟ ଶିକ୍ଷା ଉପରୁ ସାଧାରଣ ଲୋକଙ୍କ ନଜର ହଟେଇବାପାଇଁ ଏହି ଯୋଜନାଟି ଆରମ୍ଭ ହୋଇଛି। ତାହା ନ ହୋଇଥିଲେ ଯେଉଁ ସ୍କୁଲ୍ ର କୋଠାବାଡ଼ି ଟେବଲ ଚେୟାର ରଙ୍ଗ ସବୁ ର କାୟାକଳ୍ପ କରିପାରିଲେ, ଅସଲରେ ଯାହାଙ୍କୁ ନେଇ ପାଠ ପଢା ହେବ ଓ ସ୍କୁଲ ପିଲାଙ୍କ ପଢାରେ ମାନ ବୃଦ୍ଧି ହେବ ସେମାନେ ହେଇଛନ୍ତି ଶିକ୍ଷକ, ମାତ୍ର ସେଠି ଶିକ୍ଷକ ପଦବୀ ଖାଲି ପଡିବା ହିଁ ପ୍ରମାଣ କରୁଛି ଯେ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ବିରାଟ ଜୁମଲା ବୋଲି ସେ କହିଛନ୍ତି।

କ୍ଲାସ୍ ରୁମ୍ ରେ ପାଠ ପଢ଼ିବା ଫୋଟୋ କୁ ବିରୋଧୀ ଏବଂ କେତେକ ମିଡିଆରେ ଏହାକୁ ନବୀନଙ୍କ ଫୋଟୋ ଅପ୍ ପଲଟିକ୍ସ ବୋଲି ସମାଲୋଚନା କରିଥିଲେ। ଏହାର କାରଣ ହେଉଛି, ଯେ ଯେଉଁ ଦିନ ସ୍କୁଲ କ୍ଲାସ୍ ରୁମ୍ ରେ ଫୋଟୋ ଉଠିଲା ସେ ଦିନ ରବିବାର ଏବଂ ଛୁଟି ଥିଲା। ଅର୍ଥାତ୍ ସ୍ଵାଭାବିକ ଭାବରେ ସ୍କୁଲ ଚାଲିଥିବାବେଳେ ନବୀନ କ୍ଲାସ୍ ରେ ବସିଥିଲେ ଏହା କେବେ ବି ଫୋଟୋ ଅପ୍ ଭଳି ପ୍ରତୀୟ ହୋଇ ନଥାନ୍ତା। ଅନ୍ୟପଟେ ନବୀନ ଙ୍କ କ୍ଲାସ୍ ରୁମ୍ ର ଫୋଟୋ ଉଠେଇବା ପାଇଁ କୌଣସି ବି ମିଡିଆ କ୍ୟାମେରାମେନ୍ ଙ୍କୁ ସ୍କୁଲ ହତା ଭିତରକୁ ଆସିବାବୁ ଦିଆ ଯାଇ ନ ଥିଲା। ଟିଚର କଣ ପଢ଼ାଉଥିଲେ ସେ ବିଷୟର ବହି ମଧ୍ୟ କୌଣସି ପିଲାଙ୍କ ଡେସ୍କ ରେ ଥିବାର ଦେଖାଯାଇନଥିଲା।।

Related Posts