ଏମଏଲଏ ଓ ଏମପିଙ୍କ ବିରୋଧରେ ପଡ଼ି ରହିଛି ୫ ହଜାର ମାମଲା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଏମଏଲଏ ଓ ଏମପିଙ୍କ ବିରୋଧରେ ପଡ଼ି ରହିଛି ୫ ହଜାର ମାମଲା । ପ୍ରିମକୋର୍ଟରେ ପହଞ୍ଚିଛି ଦାଗୀ ନେତାଙ୍କ ବିରୋଧର ମାମଲା ସଂଖ୍ୟା। ବର୍ତ୍ତମାନ ଓ ପୂର୍ବତନ ବିଧାୟକ- ଏମପିମାନଙ୍କ ବିରୋଧରେ ବଢ଼ୁଛି ଅପରାଧିକ ମାମଲା। ୨୦୧୮ ଡିସେମ୍ବରରୁ ୨୦୨୧ ଡିସେମ୍ବର ମଧ୍ୟରେ ୪୧୧୦ରୁ ୪୯୮୪ଟି ମାମଲା ବୃଦ୍ଧି ଘଟିଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଆମିକ୍ୟୁସ କ୍ୟୁରି ତଥା ବରିଷ୍ଟ ଆଡଭଭୋକେଟ ବିଜୟ ହନ୍ସରିଆ ଏହି ମାମଲା ବିଷୟରେ ଅବଗତ କରିଛନ୍ତି। ଏଥିରୁ କିଛି ମାମଲା ୩ ଦଶନ୍ଧି ଧରି ପଡ଼ିଥିବା ସେ କହିଛନ୍ତି । କେବଳ ୨୩୨୪ଟି ମାମଲା ଏବର ବିଧାୟକଙ୍କ ବିରୋଧରେ ରହିଛି।

୧୬୭୫ଟି ମାମଲା ପୂର୍ବତନ ବିଧାୟକଙ୍କ ବିରୋଧରେ ରହିଛି। ୧୯୯୧ଟି ମାମଲାରେ ଚାର୍ଜଫ୍ରେମ ପ୍ରସ୍ତୁତ ହୋଇ ନାହିଁ । ହାଇକୋର୍ଟରେ ରହିତା ଦେଶ ଯୋଗୁ ୨୬୪ଟି କେସ୍ ପଡ଼ିକି ରହିଛି। ନେତା ଓ ମନ୍ତ୍ରୀଙ୍କ ବିରୋଧରେ ମାମାଲାର ସମଧାନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ଆମିକ୍ୟୁସ କ୍ୟୁରି ଏହି ରିପୋର୍ଟ ଦେଇଛନ୍ତି। ତେବେ ବିଧାୟକ ଓ ଏମପିଙ୍କ ବିରୋଧରେ ଥିବା ମାମଲାରେ ସବୁଠାରୁ ଆଗରେ ରହିଛି ଉତ୍ତରପ୍ରଦେଶ।

Related Posts