ମେୟରଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଲେ କଟକ ମହାନଗର ନିଗମର ବିଜେପି ଓ କଂଗ୍ରେସର କର୍ପୋରେଟର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଟକ ମହାନଗର ନିଗମର ବିଜେପି ଓ କଂଗ୍ରେସର କର୍ପୋରେଟର ଶେଷରେ ଧାରଣାରୁ ଉଠିଛନ୍ତି। ସିଏମସି କାର୍ଯ୍ୟାଳୟରେ ମେୟର୍ ଓ କମିସନରଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେମାନେ କହିଛନ୍ତି। ଦୁର୍ନୀତିର ତଦନ୍ତ କରାଯିବା ନେଇ ମେୟର ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିବା କହିଛନ୍ତି। କିନ୍ତୁ ଯଦି ମେୟର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ପୁଣି ସେମାନେ ଧାରଣାରେ ବସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ବିରୋଧୀ ବିଜେପି ଓ କଂଗ୍ରେସର କର୍ପୋରେଟର ୫ଦିନ ହେବ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର ହେଇପଡ଼ିଥିଲେ। ୱାର୍ଡ ନମ୍ବର-୧ର କର୍ପୋରେଟର ଭାନୁ ସେନାପତି ଅସୁସ୍ଥ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related Posts