ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ଚାଲିପାରିଲାନି ଗୃହକାର୍ଯ୍ୟ । ଆରମ୍ଭରୁ ବିରୋଧୀ ହୋହାଲ୍ଲା କରିବାରୁ ୧୨ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।
ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଦିବାସୀଙ୍କ ଜମି କିଣିବା ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତି ଓ ପରେ ଏହାକୁ ସରକାର ସ୍ଥଗିତ ରଖିବାକୁ ବିଜେପି ବିରୋଧ କରିଛି | ସରକାର ଆଦିବାସୀଙ୍କୁ ଭୂମିହୀନ କରିବାକୁ ଚକ୍ରାନ୍ତ କରିଥିବା ଦଳ ଅଭିଯୋଗ କରିଛି | ଏହି ଅଧ୍ୟାଦେଶକୁ ସ୍ଥଗିତ ନୁହଁ ବରଂ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଛି | ଏନେଇ ବିଜେପି ବିଧାୟକମାନେ ଆଜି ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ଆଗରେ ହୋହାଲ୍ଲା କରିଥିଲେ । ବାଚସ୍ପତି ସେମାନଙ୍କୁ ନିଜ ନିଜ ସ୍ଥାନକୁ ଫେରିଯିବାକୁ ଅନୁରୋଧ କରିଥିଲେ ବି କେହି ଶୁଣିନଥିଲେ । ବାଧ୍ୟ ହୋଇ ଗୃହକୁ ୧୨ଯାଏଁ ମୁଲତବି କରିଥିଲେ ବାଚସ୍ପତି ।





