ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓବାମାଙ୍କ ଠୁ ଟ୍ରମ୍ପଙ୍କୁ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଲେ ଆମେରିକୀୟ ରାଜନେତା । ତେବେ ଆମେରିକୀୟ ପ୍ରତିନିଧି ରୋ ଖାନ୍ନା କହିଛନ୍ତି, ଇରାନକୁ ଅପମାନଜନକ ଭାବରେ ଗାଳିଗୁଲଜ କଲେ ହର୍ମୁଜ୍ପ୍ରଣାଳୀ ଖୋଲିପାରିବ ନାହିଁ। ଡେମୋକ୍ରାଟିକ୍ ନେତା ରୋ ଖାନ୍ନା ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରେ ଇରାନ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ରବିବାର ଟ୍ରମ୍ପ ଇରାନକୁ ହର୍ମୁଜ୍ ପ୍ରଣାଳୀ ନ ଖୋଲିଲେ ପରିଣାମ ଭୋଗିବାକୁ ଧମକ ଦେଇଥିଲେ। ପୋଷ୍ଟରେ ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ସେପଟେ ଟ୍ରମ୍ପ ଇରାନକୁ ହର୍ମୁଜ୍ ପ୍ରଣାଳୀ ନ ଖୋଲିଲେ ପରିଣାମ ଭୋଗିବାକୁ ଧମକ ଦେଇଥିଲେ। ପୋଷ୍ଟରେ ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ଖାନ୍ନା ଟ୍ରମ୍ପଙ୍କୁ ଅପମାନଜନକ ଭାଷା ଏବଂ ଧମକ ଦେବା ପରିବର୍ତ୍ତେ ବାରାକ ଓବାମାଙ୍କ ପରି ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି।ଆମେରିକୀୟ ଲଢୁଆ ବିମାନକୁ ଗୁଳି କରି ଖସାଇ ଦିଆଯିବା ପରେ ନିଖୋଜ ପାଇଲଟଙ୍କୁ ଉଦ୍ଧାର କରାଯାଇଛି। ମୁଁ ଆଶ୍ୱସ୍ତ ଏବଂ ଏହା ଆମ ସୈନିକଙ୍କ ଦ୍ୱାରା ଏକ ଅସାଧାରଣ ସଫଳତା। ସେମାନେ ପ୍ରକୃତରେ ପ୍ରଶଂସାର ଯୋଗ୍ୟ, କିନ୍ତୁ ସତ୍ୟ ହେଉଛି ଟ୍ରମ୍ପ ସେମାନଙ୍କୁ ନିରାଶ କରୁଛନ୍ତି। ରୋ ଖାନ୍ନା କହିଛନ୍ତି, ଯେତେବେଳେ ସେମାନେ ଇରାନକୁ ଗାଳି ଦେଉଛନ୍ତି, ଯୁଦ୍ଧ ଅପରାଧର ଧମକ ଦେଉଛନ୍ତି ଏବଂ ଦାବି କରୁଛନ୍ତି ଯେ ସେମାନେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତାକୁ ନଷ୍ଟ କରିଦେଇଛନ୍ତି। ତେବେ ଆମର ସୈନ୍ୟମାନେ ଏବେ ବି ସେଠାରେ ଆକ୍ରମଣର ଶିକାର କିପରି ହେଉଛନ୍ତି ବୋଲି ସେ ପ୍ରଶ୍ନପ କରିଛନ୍ତି। ଆମକୁ ଏହି ଯୁଦ୍ଧ ଏବେ ଶେଷ କରିବାକୁ ପଡିବ। ଆମକୁ ତୁରନ୍ତ ଅସ୍ତ୍ରବିରତି ଆବଶ୍ୟକ। ଇରାନ, ଇସ୍ରାଏଲ ଏବଂ ଆମେରିକାକୁ ବୋମା ମାଡ଼ ବନ୍ଦ କରିବାକୁ ପଡିବ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାକୁ ପଡିବ। ବର୍ତ୍ତମାନର ପରିସ୍ଥିତିରେ, ଆମେରିକାର ନେତୃତ୍ୱକୁ ବାରାକ ଓବାମାଙ୍କ ଶୈଳୀର କୂଟନୀତି ଆବଶ୍ୟକ। ବୁଝନ୍ତୁ ଯେ ଯୁଦ୍ଧ ଅପରାଧର ଧମକ ଦେଇ, ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକ ଉପରେ ନିର୍ବିଚାର ଭାବରେ ବୋମା ପକାଇ କିମ୍ବା ଇରାନକୁ ଦୁର୍ବ୍ୟବହାର କରି ହର୍ମୁଜ୍ ପ୍ରଣାଳୀ ଖୋଲାଯାଇ ପାରିବ ନାହିଁ। ଏକ୍ଷେତ୍ରରେ ଓବାମାଙ୍କ ଶୈଳୀର ଆଭିମୁଖ୍ୟ ଗ୍ରହଣ କରିଯିବା ଜରୁରୀ। ଆମକୁ ଓମାନ, ଚୀନ୍, ଉପସାଗରୀୟ ଦେଶ ଏବଂ ୟୁରୋପୀୟ ସହଯୋଗୀମାନଙ୍କ ସହିତ କାମ କରିବାକୁ ପଡିବ ଯାହା ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିପାରିବ । ମୁଁ ହର୍ମୁଜ୍ ପ୍ରଣାଳୀ ବିଷୟରେ ସ୍ପଷ୍ଟ ଯେ, ବଡ଼ ଧରଣର ଉତ୍ତେଜନା ସୃଷ୍ଟି କରି ଏହାକୁ ଖୋଲିହେବ ନାହିଁ। ଇରାନ ଯୁଦ୍ଧରେ ଖର୍ଚ୍ଚ ବିଷୟରେ, ଖାନ୍ନା କହିଛନ୍ତି, ମୁଁ କୌଣସି ନୂତନ ପାଣ୍ଠିକୁ ସମର୍ଥନ କରିବି ନାହିଁ। ସେମାନେ ୪୦୦ବିଲିୟନ ଡଲାର ମାଗୁଛନ୍ତି କିନ୍ତୁ ପ୍ରତ୍ୟେକ ଡେମୋକ୍ରାଟଙ୍କ ଉତ୍ତର ଏଥିପାଇଁ ଏକଦମ ନା ହେବ। ଆମେ ଏହି ଅର୍ଥକୁ ଯୁଦ୍ଧ ବଦଳରେ ପିଲାମାନଙ୍କ ପାଇଁ ଶିଶୁ ଯତ୍ନ ସୁବିଧା, ସରକାରୀ କଲେଜ ଶିକ୍ଷକଙ୍କ ଦରମା ଭଳି ଜିନିଷ ପାଇଁ ବ୍ୟବହାର କରିପାରିବା।ହତାସ ଭାବ ଏବଂ କ୍ରୋଧରୁ ଟ୍ରମ୍ପ ଅଶ୍ଳୀଳ ଏବଂ ଅର୍ଥହୀନ ବ୍ୟବହାର କରୁଛନ୍ତି ବୋଲି ଟ୍ରମ୍ପ ସମାଲୋଚକ ମାର୍ଜୋରି ଟେଲର ଗ୍ରୀନ କହିଛନ୍ତି। ଟ୍ରମ୍ପ ପ୍ରଶାସନର ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି ଦାବି କରନ୍ତି, ସେମାନଙ୍କୁ ଈଶ୍ୱରଙ୍କଠାରୁ କ୍ଷମା ଭିକ୍ଷା କରିବା ସହିତ ଏବଂ ରାଷ୍ଟ୍ରପତିଙ୍କ “ପାଗଳାମି” ନେଇ ହସ୍ତକ୍ଷେପ କରିବା ଆବଶ୍ୟକ। ସୋସିଆଲ ମିଡିଆ ଏକ୍ସରେ ଏକ ଲମ୍ବା ପୋଷ୍ଟରେ ସେ ଲେଖିଛନ୍ତି, ମୁଁ ତୁମ ସମସ୍ତଙ୍କୁ ଏବଂ ତାଙ୍କୁ ଜାଣେ। ସେ ପାଗଳ ହୋଇଯାଇଛନ୍ତି, ଏବଂ ତୁମେ ସମସ୍ତେ ଏଥିରେ ସାମିଲ। ମୁଁ ଇରାନକୁ ରକ୍ଷା କରୁନାହିଁ କିନ୍ତୁ ଏସବୁ ବିଷୟରେ ସଭିଏଁ ସଚ୍ଚୋଟ ହେବା ଜରୁରୀ ବୋଲି କହିଛନ୍ତି ।