ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଥାର୍‌ ଗାଡ଼ି କିଣାରେ ମହାଦୁର୍ନୀତି । ଏଜି ଧରିଛି ଜଙ୍ଗଲ ବିଭାଗର ମହାଦୁର୍ନୀତିକୁ। ମିଳୁନାହିଁ ୧୧କୋଟି ଟଙ୍କାର ହିସାବ । ତେବେ ଥାର୍ ଗାଡି କିଣା ଏବଂ ମୋଡିଫିକେସନରେ ମୋଟ ୧୭ କୋଟି ଟଙ୍କା ଖର୍ଚ୍ଚ ହେଇଥିବା ବେଳେ ବାକି ୧୧ କୋଟି ୪୫ ଲକ୍ଷ ଟଙ୍କା କଣ ହେଲା କିଛି ଜଣାନାହିଁ। ସେହିପରି ଏସ୍‌ଆର୍‌ସି ଯେଉଁ ୨୮ କୋଟି ୪୫ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ ସେ ଏଥିଲାଗି କ୍ଷମତାପ୍ରାପ୍ତ ନୁହଁନ୍ତି ବୋଲି ଏଜି ତାଙ୍କ ରିପୋର୍ଟରେ ଲେଖିଛନ୍ତି। ତେବେ ଯେତେ ବଡ ବାବୁ ହୋଇଥିଲେ ଆକ୍ସନ ନିଆଯିବ, ଏବଂ ଅବସର ନେଇଥିଲେ ପେନସନ ବନ୍ଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଥାର ଗାଡି କିଣାରେ ଦୁର୍ନୀତି ହୋଇଥିବା କଥା ବହୁ ପୂର୍ବରୁ ଜଣାପଡିଥିଲେ ମଧ୍ୟ ସରକାରୀ ସ୍ତରରେ ହୋଇନଥିଲା ସ୍ପଷ୍ଟ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏଜି କରିଥିଲା ତଦନ୍ତ। ଆଉ ଏବେ ବିଭାଗରେ ଅନେକ ଦୁର୍ନୀତି ଘଟଣା ସାମ୍ନାକୁ ଆସିଲାଣି। ତେବେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ନେବେ ବୋଲି ଆଶା ରଖିଛନ୍ତି ଅଭିଯୋଗକାରୀ ।