ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅକ୍ଷୟ ତୃତୀୟାରେ ୪୧ ଲକ୍ଷ୍ ୬୮ ହଜାର ଚାଷୀଙ୍କୁ ସିଏମ କିଷାନ ସହାୟତା ।ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ପଠାଇଛନ୍ତି ସରକାର । ଗତ ସେପ୍ଟେମ୍ୱର ମାସରେ ୫୧ ଲକ୍ଷ ୫୪ ହଜାର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ସେପଟେ ୧୦ ଲକ୍ଷ ହିତାଧିକାରୀ ବଞ୍ଚିତ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ସିଏମ କିଷାନର ହିତାଧିକାରୀ ହେବା ଆବଶ୍ୟକୀୟ ମାନଦଣ୍ଡ ଯେଉଁମାନେ ପୂରଣ କରୁ ନାହାନ୍ତି । ସେମାନଙ୍କୁ ଆର୍ଥିକ ସହାୟତାର ବାଦ ଦିଆଯାଇଛି । କୃଷକ ପଞ୍ଜିକରଣ, ଏକକ ମୋବାଇଲ ନମ୍ୱର , ବ୍ୟାଙ୍କ ଖାତା ସହ ଆଧାର ପଞ୍ଜିକରଣ ସହ ଇକେୱାସି ଅପଡେଟ କରିନାହାନ୍ତି । ସେମାନଙ୍କୁ ଖାତାକୁ ଟଙ୍କା ଯାଇପାରିନାହିଁ । ନିଜ ଜିଲ୍ଲାର କୃଷି କାର୍ଯ୍ୟାଳୟକୁ ଯାଇଁ ଆବଶ୍ୟକୀୟ ମାନଦଣ୍ଡ ପୂରଣ କଲେ ହିତାଧିକାରୀ ଆର୍ଥିକ ସହାୟତା ପାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
