ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଟକ ରାଜନୀତିରେ ହଲଚଲ । ମୋକିମଙ୍କ ଓଡ଼ିଶା ଜନତା କଂଗ୍ରେସର ଦୁଇଟି ମିଶ୍ରଣପର୍ବ । ଆଜି ମୋକିମଙ୍କ ନେତୃତ୍ବରେ ଗଠିତ ଓଡ଼ିଶା ଜନତା କଂଗ୍ରେସର ଦୁଇଟି ବଡ଼ ମିଶ୍ରଣ ପର୍ବ କଟକ ତୁଳସୀପୁର ନିକଟସ୍ଥ ଖ୍ରୀଷ୍ଟିଆନ ପଡ଼ିଆରେ ଏବଂ ନିଶ୍ଚିନ୍ତକୋଇଲିର ବନ୍ଧନ ମଣ୍ତପରେ ଆୟୋଜିତ ହୋଇଥିଲା।କଟକରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରାୟ ସବୁ ୱାର୍ଡରୁ ତୃଣମୂଳସ୍ତରର କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ। ଅନେକ ପୂର୍ବତନ କର୍ପୋରେଟର, ୱାର୍ଡ ସଭାପତି ଓ ସାହି ମୁରବି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବାରବାଟୀ-କଟକ ବିଧାୟିକ ସୋଫିଆ ଫିର୍ଦୋସ ଓ କଂଗ୍ରେସର କର୍ପୋରେଟରମାନେ କିନ୍ତୁ ଏଥିରୁ ଦୂରେଇ ରହିଥିଲେ।
ଅନ୍ୟପଟେ ନିଶ୍ଚିନ୍ତକୋଇଲି ବ୍ଲକ୍ କଂଗ୍ରେସର ପୂର୍ବତନ ସଭାପତି ରମାକାନ୍ତ ବେହେରାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏବଂ କିଛି ଅନ୍ୟ ଦଳର ପଞ୍ଚାୟତସ୍ତରୀୟ ନେତା ଓ କର୍ମୀ ଓଡ଼ିଶା ଜନତା କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।





