ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ, ୩୮ ଓଡିଆ ଶ୍ରମିକ ଆହତ

ଓଡ଼ିଶାରୁ ଦାଦନ ଶ୍ରମିକ ନେଇ କେରଳ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ | ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି ଏହି ଓଡ଼ିଆ ଶ୍ରମିକଙ୍କ ବସ | NH-୫ ରଣସରନ୍ ନିକଟରେ ଏକ ଟ୍ରକ୍‌ଟି ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଥିବା ଫଳରେ ଏହି ଦୁର୍ଘଟଣାରେ ୪୭ ଯାତ୍ରୀ ଆହତ ହୋଇଛନ୍ତି |

ଆନ୍ଧ୍ର ଶ୍ରୀକାକୁଲମ ପାଇଡିଭୀମାବରମ୍ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ସହ ଶ୍ରମିକ ବୋଝେଇ ବସ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୩୮ ଓଡିଆ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପାଇଡିଭୀମାବରମ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ତେବେ ଗଞ୍ଜାମ ଜିଲ୍ଲାରୁ ଶ୍ରମିକମାନେ କେରଳ ଯାଉଥିଲେ ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଶ୍ରୀକାକୁଲମସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ପାଇ ଆହତଙ୍କ ପରିବାରବର୍ଗ ଆନ୍ଧ୍ର ଅଭିମୁଖେ ଯାଉଥିବା ଜଣାଯାଇଛି |

Related Posts