ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନବଯୌବନ ଦର୍ଶନ ବେଳେ ଟିକେଟ୍ କଳାବଜାରୀ । ତେବେ ରଥଯାତ୍ରା ପାଇଁ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି । ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଉତ୍କଣ୍ଠା ରହିଛି । ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ କରୁଛନ୍ତି ଭକ୍ତ । ଏହାରି ଭିତରେ ବ୍ଲାକରେ ପାରମାଣିକ ଟିକେଟ ବିକ୍ରି ହେଉଥିବା ଅଭିଯୋଗ ଆସିଛି ।
ସେପଟେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ବାହାରେ ଗୁମାସ୍ତାମାନେ ଟିକେଟ ବ୍ଲାକ କରୁଥିବା ସାଂଘାତିକ ଅଭିଯୋଗ ଉଠିଛି । ଭକ୍ତମାନେ ପଇସା ଦେଇ ସୁବିଧାରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଗୁଆ ଟିକେଟ କରିଥାନ୍ତି । ଯାହାକୁ ପାରମାଣିକ ଟିକେଟ ବୋଲି କୁହାଯାଏ । ଏପରିକି ପୋଲିସ ଉପସ୍ଥିତିରେ ଟିକେଟ ବ୍ଲାକ କରାଯାଉଛି । ହେଲେ ଏନେଇ ଅଭିଯୋଗ ହେଇନଥିବା କହିଛନ୍ତି କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





