ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଣେଶ ପୂଜାରେ ଭୋଜି ଖାଇ ୨୫ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ବାଉଁଶବଣିଆ ପଞ୍ଚାୟତ ଜୁଣୀଆ ଗାଁରୁ ଏଭଳି ଖବର ସାମ୍ନାକୁ ଆସିଛି।ତେବେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗଣେଶ ପୂଜା ଅବସରରେ ବାଉଁସବଣିଆ ପ୍ରାଇମେରୀ ସ୍କୁଲରେ ଭୋଜି ହୋଇଥିଲା।ପିଲାମାନେ ସ୍କୁଲରେ ଭୋଜି ଖାଇସାରି ଘରକୁ ଫେରିଥିଲେ। ସନ୍ଧ୍ୟା ବେଳେ ପିଲାମାନଙ୍କୁ ପ୍ରଥମେ ବାନ୍ତି ହୋଇଥିଲା। ତା’ପରେ ଜ୍ୱର ଆସିଥିଲା। ଗତକାଲି ପରିବାର ଲୋକେ ପିଲାମାନଙ୍କୁ ଡାକ୍ତରଖାନା ନ ନେଇ ଘରେ ଚିକିତ୍ସା କରିଥିଲେ। ତେବେ ଜ୍ୱର ନ କମିବାରୁ ଆଜି ସକାଳେ ପିଲାଙ୍କୁ ଧରି ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପିଲାମାନେ ସୁସ୍ଥ ଥିବା ଜଣାଯାଇଛି।
