ସଡ଼କ ଦୁର୍ଘଟଣାରେ ଟେଲିଭିଜନ ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଦବଙ୍କ ପରଲୋକ

ମୁମ୍ଵାଇ : ମରାଠୀ ଟିଭି ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ସଡ଼କ ଦୁର୍ଘଟଣାରେ ଟେଲିଭିଜନ ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଦବଙ୍କ ପରଲୋକ ଘଟିଛି । ପୋଲିସ୍‌ର ସୂଚନା ଅନୁସାରେ ତାଙ୍କ ଗାଡି ସାଙ୍ଗଲି-କୋଲହାପୁର ରାସ୍ତାରେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତର କଲ୍ୟାଣୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଆଇପିସି ସମେତ ମୋଟର ଯାନ ଅଧିନିୟମ ଅନୁଯାୟୀ ଟ୍ରାକ୍ଟର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। କଲ୍ୟାଣୀ ଅନେକ ସିରିଏଲରେ କାମ କରି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଥିଲେ। । ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍‌ ଥିଲେ । ତାଙ୍କ ଭିଡିଓ ଏବଂ ଫଟୋ ପୋଷ୍ଟ କରୁଥିଲେ।

Related Posts