ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହାଜର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଡାକ୍ତର ବାବୁ

ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ଯାଜପୁରର ଦାନଗଦି ସିଏଚ୍‌ସିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାକ୍ତରଖାନା ଅଧିକାରୀ ଡକ୍ଟର ପବିତ୍ର କୁମାର ସେଠୀ। ତାଙ୍କ ସହ ସୁରକ୍ଷାକର୍ମୀ ଅଭିରାମ କାଣ୍ଡି ମଧ୍ୟ ଧରାପଡ଼ିଛନ୍ତି। ସୁରକ୍ଷାକର୍ମୀ ଜଣକ ଲ‌ାଞ୍ଚ ମାଗିବା ସହ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ କର୍ମୀ।

ଗତ ୩୧ ତାରିଖରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶରୀର ବ୍ୟବ‌ଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତରଖାନା ଅଧିକାରୀ ଓ ସୁରକ୍ଷାକର୍ମୀ ତାଙ୍କ ପୁଅକୁ ୨୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ବୋଲି ପୁଅ ଜଣକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁରକ୍ଷାକର୍ମୀ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ କର୍ମୀମାନେ ଚଢ଼ାଉ କରି ଉକ୍ତ ଟଙ୍କାକୁ ଜବତ କରିଛନ୍ତି।

ଏବେ ଡକ୍ଟର ପବିତ୍ର କୁମାର ସେଠୀଙ୍କର ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରୁଛି। ଏହି ଘଟଣାକୁ ନେଇ ‌ଏବେ ଉଭୟ ଡକ୍ଟର ପବିତ୍ର କୁମାର ସେଠୀ ଓ ସୁରକ୍ଷାକର୍ମୀ ଅଭିରାମ କାଣ୍ଡିଙ୍କ ବିରୋଧ‌ରେ ତଦନ୍ତ ଆରମ୍ଭ ହୋଇଛି।

Related Posts