ଜଣେ କବାଡ଼ି ବ୍ୟବସାୟୀରୁ ପାଲଟିଯାଇଥିଲେ ରାଜନେତା; ଜାଣନ୍ତୁ କିପରି ଥିଲା ନବାବ ମଲିକଙ୍କ ରାଜନୈତିକ ଯାତ୍ରା..

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ନିଜର ବୟାନକୁ ନେଇ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ବେଶ ଚର୍ଚ୍ଚାର ଥାନ୍ତି । ହେଲେ ବର୍ତ୍ତମାନ ଅଣ୍ଡରୱାର୍ଡ କନେକ୍ସନ ଓ ମନିଲଣ୍ଡରିଂ ମାମଲାରେ ଇଡ଼ି ତାଙ୍କୁ ଗିରଫ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ତାଙ୍କ ଗିରଫ ହେବା ଖବର ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ନେତା ଶରଦ ପାୱାର ଜରୁରୀକାଳୀନ ବୈଠକ କରିଥିଲେ । ହେଲେ ମନ୍ତ୍ରୀ ନବାବ ମଲିକଙ୍କ ରାଜନୈତିକ ଯାତ୍ରା ବେଶ ଆକର୍ଷଣୀୟ ରହିଥିଲା । ଜଣେ କବାଡି ବ୍ୟବସାୟରୁ ପାଲଟି ଯାଇଥିଲେ ଦେଶର ଜଣେ ବଡ଼ ରାଜନେତା । କିପରି ଥିଲା ତାଙ୍କର ଏହି ଯାତ୍ରା ଏବଂ ଖବୁ କମ ସମୟରେ ସେ କିପରି ଦେଶର ବରିଷ୍ଠନେତାମାନଙ୍କର ଅତି ନିକଟତର ହୋଇପାରିଥିଲେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉପୁଜୁଛି । ତେବେ ଏନସିପିରେ ଯୋଗଦେବା ପୂର୍ବରୁ ସେ ଯୁବ କଂଗ୍ରେସରେ ଥିଲେ । କଂଗ୍ରେସରେ ଥିବାବେଳେ ସେ ସଞ୍ଜୟ ଗାନ୍ଧୀଙ୍କ ନିକଟତର ହୋଇଥିଲେ। ବର୍ତ୍ତମାନ ସେ ମହାରାଷ୍ଟ୍ରର ଷ୍ଟାଲୱାର୍ଟ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନିକଟତର ଅଛନ୍ତି ।

ସେପଟେ ଡାଉଦ ଇବ୍ରାହିମଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ଗିରଫ କରିଛି। ଅନ୍ୟପଟେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର‌୍ୟନ ଖାନକୁ ଏନସିବି ଗିରଫ କରିବା ପରେ ସେ ଏନସିବି ବିରୋଧରେ ବୟାନ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ । ଏପରିକି ଏନେଇ ବିଜେପି ନେତାମାନଙ୍କ ସହ ମଧ୍ୟ ତାଙ୍କର କଥାକଟାକଟି ହୋଇଥିଲା । ବର୍ତ୍ତମାନ ସେ ଗିରଫ ହେବା ପରେ ବିଜେପି ତାଙ୍କୁ ନିଜ ପଦରୁ ବରଖାସ୍ତ କରିବାକୁ ରାଜ୍ୟସରକାରଙ୍କୁ ଦାବି କରିଛି । ସେପଟେ କଂଗ୍ରେସ ଏବଂ ଏସପିରେ ରହିବା ପରେ ନବାବ ମଲିକ ବର୍ତ୍ତମାନ ଏନସିପି ସହ ରାଜନୈତିକ ଭାବେ ଜଡିତ ଅଛନ୍ତି। ମଲିକ ମୂଳତ ୟୁପିର ବଳରାମପୁର ଜିଲ୍ଲାର ଉତ୍କଳର ଦୁସୱା ଗାଁର ଜ୍ଝ କବାଡ଼ି ବ୍ୟବସାୟ ହେଉଛି ନବାବଙ୍କର ପୈତୃକ ବ୍ୟବସାୟ । ମୁମ୍ବାଇରେ ତାଙ୍କ ପରିବାର ସହ ଡୋଙ୍ଗ୍ରିରେ ରହୁଥିଲେ । ପ୍ରଥମେ ମଲିକ ଯୁବ କଂଗ୍ରେସରେ ଯୋଗ ଦେଇଥିଲେ। ଏହା ପରେ ସେ ସଞ୍ଜୟ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସହିତ କାମ କରିଥିଲେ। ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମନେକା ଗାନ୍ଧୀ ‘ସଞ୍ଜୟ ବିଚାର ମଞ୍ଚ’ ପ୍ରତିଷ୍ଠା କରିଥିଲେ । ଏହି ମଞ୍ଚ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ କାମ କରୁଥିଲା ।

ମଲିକ ଏହାର ଏକ ଅଂଶ ହୋଇଯାଇଥିଲେ । ୧୯୮୪ ରେ ମଲିକ ସଞ୍ଜୟ ବିଚାର ମଞ୍ଚ ତରଫରୁ ମୁମ୍ବାଇ ଉତ୍ତର-ପୂର୍ବ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କୁ ଦୁଇଜଣ ଭେଟେରାନ ନେତା- କଂଗ୍ରେସର ଗୁରୁଦାସ କାମାଟ ଏବଂ ବିଜେପିର ପ୍ରମୋଦ ମହାଜନଙ୍କ ବିରୋଧରେ ଲଢ଼େଇ କରାଯାଇଥିଲା । କିନ୍ତୁ ବିପୁଳ ବ୍ୟବଧାନରେ ହାରି ଯାଇଥିଲେ। କିଛି ସମୟ ପରେ ସଞ୍ଜୟ ବିଚାର ମଞ୍ଚ ଭାଙ୍ଗି ଯାଇଥିଲା । ଏହା ପରେ ମଲିକ କଂଗ୍ରେସରେ ଯୋଗ ଦେଇଥିଲେ । ହେଲେ କଂଗ୍ରେସରେ ସେ କୌଣସି ବିଶେଷ ଧ୍ୟାନ ପାଇନଥିଲେ । ୧୯୯୧ ରେ, ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ କଂଗ୍ରେସ ତାଙ୍କୁ ଟିକେଟ ଦେବାକୁ ମନା କରିଦେଇଥିଲା। ଏଥିରେ ରାଗିଯାଇ ସେ ସମାଜବାଦି ପାର୍ଟିକୁ ଯାଇଥିଲେ। ୧୯୯୫ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ଏସପି ଟିକେଟ ପାଇଥିଲେ ମଧ୍ୟ ଶିବସେନା ନେତା ସୂର‌୍ୟ୍ୟକାନ୍ତ ମହାଦିକଙ୍କ ଠାରୁ ହାରିଯାଇଥିଲେ । ଏହା ପରେ ମଧ୍ୟ ସେ ରାଜନୀତି ଛାଡ଼ିନଥିଲେ । ପରିଶେଷରେ ସେ ୧୯୯୬ ଉପ-ନିର୍ବାଚନରେ ଜିତି ଜଣେ ବିଧାୟକ ହୋଇଥିଲେ। ଏହା ପରେ ସେ ୧୯୯୯ ବିଧାନସଭା ନିର୍ବାଚନରେ ମଧ୍ୟ ଜିତିଥିଲେ। ଏଥିସହ ସେ ରାଜ୍ୟ ମନ୍ତ୍ରୀ ପଦ ପାଇଛନ୍ତି।

ମହାରାଷ୍ଟ୍ର ଏସପିରେ ଆଭ୍ୟନ୍ତରୀଣ କଳହ ହେତୁ ମଲିକ ଏସପି ଛାଡି ୨୦୦୧ ରେ ଏନସିପିରେ ଯୋଗ ଦେଇଥିଲେ। ଏନସିପି ତାଙ୍କୁ ମନ୍ତ୍ରୀ କରାଇଥିଲା । କିନ୍ତୁ ଦଳୀୟ କନ୍ଦଳ ଯୋଗୁଁ ସେ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ୨୦୦୮ ରେ ମଲିକଙ୍କୁ ପୁଣି ଥରେ ମନ୍ତ୍ରୀ କରାଯାଇଥିଲା। ଅନ୍ୟପଟେ ଗତ ବର୍ଷ ଏନସିବି ନବାବ ମଲିକଙ୍କ ବଡ ଝିଅ ନିଲୋଫରଙ୍କ ସ୍ୱାମୀ ସମୀର ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। କାର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ସମୀର ଖାନଙ୍କୁ ଗିରଫ କରାଯାଇଥିଲା। ଏହା ପରେ ମଲିକ ଏନସିବି ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ୧୯୯୩ ମସିହାରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ଡାଲିକ୍ ଇବ୍ରାହିମଙ୍କ ଡି କମ୍ପାନୀ ଅଭିଯୋଗରେ ମଲିକଙ୍କୁ ବୁଧବାର ଦିନ ଇଡି ଗିରଫ କରିଥିଲା। ମାର୍ଚ୍ଚ ୩ ପର୍ଯ୍ୟନ୍ତ କୋର୍ଟ ମଲିକଙ୍କୁ ଇଡି ହେପାଜତକୁ ପଠାଇଛନ୍ତି।

Related Posts