ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହୋଟେଲ୍ରେ ଅଗ୍ନିକାଣ୍ଡ । ଯାଜପୁର ଟାଉନ୍ ମେଡିକାଲରେ ଛକରେ ଥିବା ରୁଚିକା ହୋଟେଲ୍ରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି ।
ଖବର ଅନୁଯାୟୀ, ବୁଧବାର ଦିନ ମେଡିକାଲ ଛକରେ ଥିବା ରୁଚିକା ହୋଟେଲରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ଏପିରିକି ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି ।
ସେପଟେ ନିଆଁ ଲାଗିଥିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି । ତେବେ ସର୍ଟସର୍କିଟ ଲାଗି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।