ସତ୍ୟପାଠ ବ୍ୟୁରୋ : ଉତ୍ତରପ୍ରଦେଶ ଲଖନଉ ନିକଟରେ ଏକ କେନାଲ ମଧ୍ୟକୁ ପିକଅପ୍ ଭ୍ୟାନ ଖସିପଡିଛି । କେନାଲରେ ପାଣି ଅଧିକ ଥିବାରୁ ଭ୍ୟାନରେ ଥିବା ଶିଶୁମାନେ ନିଖୋଜ ହୋଇ ଯାଇଛନ୍ତି । ଏନଡିଆରଏଫ୍ ଓ ଦମକଳ ବାହିନୀର କର୍ମଚାରୀମାନେ ଖୋଜାଖୋଜି ଚଳାଇଥିବା ବେଳେ କୌଣସି ଶିଶୁଙ୍କର ପତ୍ତା ମିଳି ପାରି ନାହିଁ ।
A vehicle carrying passengers fell in Indira canal in Nagram, Lucknow, today morning. Rescue operations underway. Chief Minister has taken cognizance of the incident and directed the SSP and the SDRF to make all possible efforts for search & rescue of the persons who have drowned pic.twitter.com/pHDfJ39EM3
— ANI UP (@ANINewsUP) June 20, 2019
ମିଳିଥିବା ସୂଚନା ଅନୁସାରେ, ନାକରମ ଥାନା ପଟୱା ଖେଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ସରଜ ପାଣ୍ଡେ ଗ୍ରାମର ୨୯ ଜଣ ଏକ ବିବାହ ଉତ୍ସବରେ ଯୋଗ ଦେଇ ପିକଅପରେ ଘରକୁ ଫେରୁଥିଲେ । କେନାଲରେ ପିକଅପଟି ଖସି ପଡିବା ଯୋଗୁଁ ଏବେ ସୁଦ୍ଧା ୭ ଜଣ ଶିଶୁ ନିଖୋଜ ଅଛନ୍ତି । ତେବେ ଗାଡିରେ ଫସିଥିବା ୨୨ଜଣଙ୍କୁ ଉଦ୍ଧାର କରାଯାଇଥିବା ରେଂଜ ଆଇଜି ଏସକେ ଭଗତ ସୂଚନା ଦେଇଛନ୍ତି ।