ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋସିଆଲ ମିଡିଆରେ ଖରାପ ଶବ୍ଦ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ତେବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସୋସିଆଲ ମିଡିଆ ଅତ୍ୟନ୍ତ କୁତ୍ସିତ ମିଡିଆ ହେବା ଆରମ୍ଭ କଲାଣି । କାହାକୁ କଣ ସମ୍ମାନ ଦେବା କଥା ତାହା କେହି ମାନୁ ନାହାଁନ୍ତି । କେଉଁ ବୟସର ୟୁଜର ଦେଖୁଛନ୍ତି ତାହା କେହି ଭାବୁ ନାହାଁନ୍ତି । ଅନେକ ବ୍ୟକ୍ତି ମନଇଚ୍ଛା ଭାଷା ପ୍ରୟୋଗ କରୁଛନ୍ତି । କିଏ ସେମାନଙ୍କ ଭିଡିଓ କିମ୍ବା କଣ୍ଟେଣ୍ଟ୍ ଦେଖୁଛି ତାହା ସେମାନେ ଚିନ୍ତା କରୁ ନାହାଁନ୍ତି ।ସେହିପରି ଯେଉଁମାନେ ସୋସିଆଲ ମିଡିଆରେ ଆଶାଳୀନ ଶବ୍ଦ ପ୍ରୟୋଗ କରୁଛନ୍ତି ସେମାନେ ହେଲେ ମାନସିକ ରୋଗୀ । ସେମାନଙ୍କୁ ପାଗଳଖାନାରେ କରେଣ୍ଟ୍ ଦିଆଯିବା ଭଳି ବ୍ୟବସ୍ଥା କରାଯିବା ଦରକାର । ଯଦି ସେମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ନରଖା ଯାଏଁ ତେବେ ସେମାନେ ସୋସିଆଲ ମିଡିଆର ଶାଳୀନତାକୁ ଧ୍ୱଂସ କରିଦେବେ ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି ।