
ନୀଳଗିରି : ଆଜି ନୀଳଗିର ବ୍ଲକ ଅଧିନ ଜାମୁଡିହା ଆଦର୍ଶ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା | ୩ ଛାତ୍ରୀ ଅସୁସ୍ଥ । ଶନିବାରିଆ ସକାଳୁଆ ଡ୍ରିଲ୍ କ୍ଳାସ ଥିବାବେଳେ ଛାତ୍ରୀ ମାନେ ବ୍ୟାୟାମ କରୁଥିଲେ ପରେ ୩ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଏନେଇ ତାଙ୍କୁ ଉଦ୍ଧାର କରାଯାଇ ନୀଳଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବିକ, ଛାତ୍ରଛାତ୍ରୀ ମାନେ ସକାଳୁ ଡ୍ରିଲ୍ କ୍ଲାସ କରୁଥିବା ବେଳେ ୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଅସହ୍ୟ ଗରମ ପ୍ରକୋପ ଯୋଗୁ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ସୋମାନଙ୍କୁ ଉଦ୍ଧାର କରାଯାଇ ନୀଳଗିରି ହସ୍ପିଟାଲରେ ଭର୍ତି କରାଯାଇଛି।ଛାତ୍ରୀମାନେ ସକାଳେ ବିସ୍କୁଟ ଖାଇ ଆସିବା ପରେ ଅସୁସ୍ଥ ହୋଇଥିଲେ ଛାତ୍ରୀ।
ସେମାନଙ୍କ କହିବା କଥା ଆଜକୁ ପାଖାପାଖି ତିନି ଦିନ ଆଗରୁ ସେମାନେ ମୁଣ୍ଡ,ପେଟ ବିନ୍ଧା ଅନୁଭବ କରୁଥିଲେ । କିନ୍ତୁ ଏଠି ପ୍ରଶ୍ନ ଉଠିଛି ହଷ୍ଟେଲ୍ରେ କତ୍ତୃପକ୍ଷ ଓ ସ୍କୁଲ ଅଧିକାରୀ ତାଙ୍କୁ ପୂର୍ବରୁ କଣ ପାଇଁ ଚିକିତ୍ସା ଯୋଗାଇ ଦେଲେନାହିଁ । ତେବେ ଆଜି ଡ୍ରାଲ କ୍ଲାସ ପରେ ହଠାତ୍ ୩ ଛାତ୍ରୀ ଅସୁସ୍ଥ ହୋଇଥିଲେ
ଅଚେତ ହୋଇ ପଡ଼ିଥିବା ତିନି ଛାତ୍ରୀ ହେଲେ ହରପ୍ରିୟା ପାତ୍ର, ଜ୍ୟୋସ୍ନାରାଣୀ ବେହେରା,କବିତା ଜେନା । ତୁରନ୍ତ ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଯାଇଛି। ଛାତ୍ରୀମାନଙ୍କ ଅବସ୍ଥା ଠିକ୍ ଥିବା ସ୍କୁଲର ପ୍ରିନ୍ସିପାଲ କହିଛନ୍ତି । ତେବେ ଛାତ୍ରୀମାନେ କାହିଁକି ଅଚେତ ହୋଇ ପଡିଲେ, କାରଣ ଅସ୍ପଷ୍ଟ ରହିଛି ।
ଚଳିତ ବର୍ଷ ଖରା ଛୁଟି ଅବଧି କମାଇ ଦିଆଯାଇଥିବାରୁ ଅଭିଭାବକମାନେ । ଅସହ୍ୟ ଖରାରେ ଲୋକେ କଲବଲ ହେଉଥିବା ବେଳେ ଛୋଟ ଛୋଟ ପିଲାମାନେ କିପରି ସ୍କୁଲ ଯିବେ, ଏହାକୁ କିପରି ସହ୍ୟ କରିବେ ସେ ନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ । ଏହାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ସ୍କୁଲ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ । ଫଳରେ ଖରା ଅଧିକ ହେବା ପୂର୍ବରୁ ପିଲାମାନେ ଘରେ ପହଞ୍ଚିଯିବେ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାସ। ତେବେ ଖରା ଛୁଟି ଅବଧିକୁ ବଢ଼ାଇବା ମୁଡରେ ଶିକ୍ଷା ବିଭାଗ ନ ଥିବା ପରି ଲାଗୁଛି। ହେଲେ ବିଶେଷ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ପରିବର୍ତ୍ତନ ହୋଇପାରେ ବୋଲି ଗତକାଲି ଶିକ୍ଷା ମନ୍ତ୍ରୀ କହିଥିବା ବେଳେ ଆଗକୁ କେଉଁ ପଦକ୍ଷେପ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର।