ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । 5T ସଚିବ ଥିବା ପାଣ୍ଡିଆନ୍ଙ୍କୁ VRS ମିଳିଛି । ପାଣ୍ଡିଆନ୍ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖିଲା କାର୍ମିକ ମନ୍ତ୍ରାଳୟ । GA ବିଭାଗ ACSଙ୍କୁ ଚିଠି ଲେଖିଛନ୍ତି କାର୍ମିକ ମନ୍ତ୍ରାଳୟର ଅନୁସଚିବ । VRS ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନ ମଂଜୁର ହୋଇଥିବା ସୂଚନା ଦିଆଯାଇଛି । ଅକ୍ଟୋବର ୨୦ରେ ରାଜ୍ୟ ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି ।

ତେବେ ଏଭଳି ଖବର ଆସିବା ପରେ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଗ୍ରହଣ କରୁଥିବା ବେଳେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିଲା। । ବିରୋଧୀ ଏନେଇ ଶାସକ ବିଜେଡିକୁ ଟାର୍ଗେଟ କରି ଆସୁଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ହାଇଜାକ କରି କ୍ଷମତା ଉପଭୋଗ କରୁଥିବା ଅଭିଯୋଗ କରୁଥିଲେ। ଏପରିକି ଅପରାଜିତା ଷଡ଼ଙ୍ଗୀ ଙ୍କ ଭଳି ନେତ୍ରୀ ମାନେ ପାଣ୍ଡିଆନ୍ଙ୍କୁ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଚାଲେଞ୍ଜ କରିଥିଲେ। ଏବେ ଢେର୍ ଅଧିକ ଦିନ ଚାକିରି ଥିବା ବେଳେ ପାଣ୍ଡିଆନ୍ ଅବସର ନେଇଥିବା ବେଳେ ସେ ରାଜନୀତିକୁ ଆସିବା ନେଇ କୁହାଯାଉଛି। ଏପରିକି ସେ ଆସନ୍ତା ୨୦୨୪ ନିର୍ବାଚନରେ ମଇଦାନକୁ ଓହ୍ଲାଇବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତି ରେ ପାଣ୍ଡିଆନ୍ଙ୍କ ପରବର୍ତ୍ତୀ ଚାଲ୍ କଣ ହେଉଛି ତାହା ଦେଖିବାକୁ ବାକି ରହିଲା।





