ମୋବାଇଲରେ ଆସୁଛି କି ଆଲର୍ଟ ମେସେଜ୍?; ଜାଣନ୍ତୁ କିଏ ପଠାଉଛି ଓ ଏହା ପଛର ଉଦ୍ଦେଶ୍ୟ କ’ଣ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହାତରେ ମୋବାଇଲ ଧରିଥିବା ବେଳେ ଆସୁଛି ଆଲର୍ଟ ମେସେଜ । ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ଯଦି ଆପଣଙ୍କୁ ବି ଏପରି ମେସେଜ ଆସୁଥାଏ ତେବେ ଆଦୌ ବିଚଳିତ ହୁଅନ୍ତୁନି । କୌଣସି ପ୍ରତିକ୍ରିୟା କରିବା ଆଗରୁ ଜାଣି ରଖନ୍ତୁ ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ କ’ଣ ।

ମିଳିଥିବା ସୂଚନାନୁସାରେ ଏହା କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା । ବର୍ତ୍ତମାନ ଏହାକୁ ନେଇ କୌଣସି ଭୟବିତ ହେବାର ଆବଶ୍ୟକତା ନାହିଁ। ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।

ଏହି ଆଲାର୍ମ ସାଉଣ୍ଡ ଆପଣଙ୍କ ମୋବାଇଲକୁ ପଠେଇବ କେନ୍ଦ୍ର ସରକାରଙ୍କ ଟେଲି ଯୋଗାଯୋଗ ବିଭାଗ ।ମୋବାଇଲକୁ ଯେ କୌଣସି ସମୟରେ ଏଭଳି ଆଲର୍ଟ ସାଉଣ୍ଡ ଆସିପାରେ । ହଠାତ୍ ଆପଣଙ୍କ ମୋବାଇଲ ଭାଇବ୍ରେସନ କରିବା ସହ ଆଲାର୍ମ ଭଳି ସାଉଣ୍ଡ ବାଜିପାରେ । ଏହାକୁ ନେଇ ଆପଣ ଆଦୌ ଡରିଯିବେ ନାହିଁ କି ବିଚଳିତ ହେବେ ନାହିଁ । କାରଣ ଏହା କୌଣସି ଅଘଟଣର ସଙ୍କେତ ନୁହେଁ, ବରଂ ଅଘଟଣରୁ ବର୍ତ୍ତିବା ପାଇଁ ସତର୍କ ସୂଚନା ।

ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ସରକାର ଆଲର୍ଟ କରିବେ ବୋଲି ଘୋଷଣା କରାଯାଇଥିଲ। ମୋବାଇଲରେ ବାଜିବ ଏମର୍ଜେନ୍ସି ଆଲାରାମ । ଟେଲି ଯୋଗାଯୋଗ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେନେଇ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ଆପଣଙ୍କ ମୋବାଇଲକୁ ଆସିବ ଏମର୍ଜେନ୍ସି ଆଲର୍ଟ । ଆଲାର୍ମ ଭଳି ଶବ୍ଦ ସହ ଭାଇବ୍ରେସନ ବାଜି ଉଠିବ ଆପଣଙ୍କ ମୋବାଇଲରେ । ଏଥିସହ ମୋବାଇଲ ସ୍କ୍ରିନରେ ଏକ ଆଲର୍ଟ ଡିସ୍‌ପ୍ଲେ ମଧ୍ୟ ଆସିବ । ଏହାଦ୍ବାରା ଆପଣ ଜାଣିଯିବେ କି , କିଛି ଗୋଟେ ଅଘଟଣ ଆଗକୁ ଆସୁଛି ।

ଏଥିପାଇଁ ବିଭାଗ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି- NDMA ବା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ସହଯୋଗ ନେବ । ଯେ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରାଗଲେ, ତା ପୂର୍ବରୁ ଲୋକଙ୍କ ମୋବାଇଲକୁ ଏଭଳି ଆଲାର୍ମ ସାଉଣ୍ଡ ପଠାଇ ସତର୍କ କରାଇବ ଟେଲି ଯୋଗାଯୋଗ ବିଭାଗ ।

Related Posts