ଓଡ଼ିଆ ଝିଅ କଳ୍ପନା ହୋଇପାରନ୍ତି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ !

 ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ):   ଇଡି ଜାଲରେ ଛନ୍ଦି ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଛାଡି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ଏହା ପରେ କିଏ ହେବେ ପରବର୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି । ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ ।

୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନ୍ଙ୍କ ବିବାହ କରିଛନ୍ତି । ସେ ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି । ହେମନ୍ତ ସୋରେନଙ୍କୁ ବିବାହ କରିବା ପରଠାରୁ ୧୮ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି । ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଧୁରୀଣ ଖେଳାଳି । ଏସବୁ ଦିଗ କଳ୍ପନାଙ୍କ ସପକ୍ଷରେ ଯାଉଛି । କଳ୍ପନା ମୁଖ୍ୟମନ୍ତ୍ରୀ ପଦରେ ରହିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ହେମନ୍ତ ସୋରେନ୍ ହିଁ ଶାସନ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ । 

ତେବେ ବିହାରରେ ମଧ୍ୟ ଏପରି ସ୍ଥିତି ଆଗରୁ ଦେଖିବାକୁ ମିଳିଛି । ଲାଲୁ ପ୍ରସାଦ ଯାଦବ ବିବାଦୀୟ ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ପତ୍ନୀ ରାବଡି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପ୍ରକୃତ କ୍ଷମତା ଉପଭୋଗ କରୁଥିଲେ ଲାଲୁ ପ୍ରସାଦ ଯାଦବ ।

Related Posts