ଜଳିଗଲେ ଆଉ ଜଣେ ଯୁବତୀ: ବ୍ଲାକମେଲିଂ ଅଭିଯୋଗ ରଖିନଥିଲା ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫକୀରମୋହନ ଛାତ୍ରୀ ଆତ୍ମାହୁତି ଏବଂ ବଳଙ୍ଗା ନାବାଳିକା ପୋଡ଼ି ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭଣୁ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଘର ଭିତରେ ଜୀଅନ୍ତା ଜଳିଗଲେ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଦାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଜଣେ ଯୁବକଙ୍କ ବ୍ଲାକମେଲିଂ ପାଇଁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା। ଏନେଇ ୬ ମାସ ତଳେ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ସେତେବେଳେ ଅଭିଯୋଗ ରଖିନଥିବା ସେ କହିଛନ୍ତି । ଶେଷରେ ମାନସିକ ନିର୍ଯାତନା ସହି ନପାରି ଯୁବତୀ ଜଣଙ୍କ ନିଜକୁ ନିଜେ ଜାଳି ଦେଇଥିବା ଯୁବତୀଙ୍କ ବାପା ଅଭିଯୋଗ ଆଣିଛନ୍ତି ।

ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ କେଉଁ ପରିସ୍ଥିତିରେ ଓ କାହିଁକି ପୋଲିସ ସେତେବେଳେ ଅଭିଯୋଗ ରଖିନଥିଲା ସେନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts