ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସେନାରେ‘ଅଗ୍ନିପଥ ନିଯୁକ୍ତ ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଏବେ ସେନାରେ ଚାକିରି କରିବାକୁ ଯୋଗ୍ୟ ବିବେଚିତ ହେଉଥିବା ଯୁବକ ଯୁବତୀମାନଙ୍କୁ କେବଳ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ଏନେଇ ସରକାର ଯୁକ୍ତିି ବାଢିଛନ୍ତି କି ଏହାଦ୍ୱାରା ସେନାରେ ଅଧିକ ଯୁବବର୍ଗ ରହିବେ । ଫଳରେ ସେନା ଅଧିକ ମଜବୁତ ହେବ । ଏହାସହ ସେନାରେ ଚାକିରି କରୁଥିବା ଲୋକଙ୍କୁ ପେନସନ ଦେବାକୁ ପଡିବ ନାହିଁ ଫଳରେ ସେନା ବଜେଟ ବି କମିବ । ହେଲେ ସେନାରେ ଏଭଳି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରକ୍ଷା ବିଶେଷଜ୍ଞ । ତେବେ
ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ରକ୍ଷା ବିଶେଷଜ୍ଞ ପି.କେ ସେହଗଲ କହିଛନ୍ତି କି, ଏହା ଏକ ଖରାପ ଯୋଜନା । ସେ କହିଛନ୍ତି କି ଦେଶରେ କୋଟି କୋଟ ଯୁବକ ଚାକିରି ସନ୍ଧାନରେ ଅଛନ୍ତି । ସରକାର ତେଣୁ ଏଭଳି ଯୋଜନା କରି ସେନାରେ ଏକାଥରକେ ୪୬ ହଜାର ନିଯୁକ୍ତି ଦେଇଦେବେ । ହେଲେ ୪ ବର୍ଷ ପରେ ସେମାନେ ନିରାଶ ହୋଇ ଫେରିବେ ।
