ରଥଯାତ୍ରା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରଥଯାତ୍ରା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା । ତେବେ ଇ ବର୍ଷ ପରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବେ ଲକ୍ଷ ଲକ୍ଷ ଭକ୍ତ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ବାର ପର‌୍ୟ୍ୟନ୍ତ ଲାଗିବ ଗହଳି ଚହଳି। ପ୍ରଚଣ୍ଡ ଖରାରେ ଭକ୍ତମାନେ ତାଙ୍କ ଅତିପ୍ରିୟ କାଳିଆ ଠାକୁରଙ୍କୁ ରଥ ଉପରେ ବିରାଜମାନ ଥାଇ ଦର୍ଶନ କରିବେ । ଅତ୍ୟଧିକ ଜନ ସମାଗମ ଯୋଗୁଁ କିଭଳି ପରିସ୍ଥିତି ସୃଷ୍ଟି ହେବ କିମ୍ବା କିଏ ଆଘାତ ପ୍ରାପ୍ତ ହେବ ଏବଂ କେହି ଅଣନିଶ୍ବାସୀ ହେବ ସେଥିପାଇଁ ଗ୍ରୀନ୍ କରିଡର କରାଯାଇଛି। ଏହାଦ୍ବାରା ସ୍ବେଚ୍ଛାସେବୀମାନେ ଷ୍ଟ୍ରେଚର ମାଧ୍ୟମରେ ଆମ୍ବୁଲାନ୍ସ ନିକଟକୁ ଆଣି ପୁରୀ ଡାକ୍ତଖାନାକୁ ନେବେ। ସେପଟେ ସେହି ସମୟରେ ଯେପରି ଆମ୍ଵୁଲାନ୍ସଟି ବିନା ବାଧାରେ ପୁରୀ ଡାକ୍ତରଖାନାରେ ପହଞ୍ଚି ପାରିବ ତା ଉପରେ ଧ୍ୟାନ ଦିଆଯାଇଛି ।

ସେଣ୍ଟ ଜନ୍ ଆମ୍ବୁଲାନ୍ସ, ରେଡକ୍ରସ, ଆପଦମିତ୍ର, ସେଣ୍ଟଜନ ଜଗନ୍ନାଥ ଧାମ ଓ ହାପିନେଶ ଫାଉଣ୍ଡେସନ ଡିଭିଜନ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ସ୍କାଉଟ୍ ଆଣ୍ଡ ଗାଇଡ, ରୋଭର ଓ ରେଞ୍ଜରମାନେ ଗ୍ରୀନ୍ କରିଡର କରି ତାରି ମଧ୍ୟରେ ଆମ୍ବୁଲାନ୍ସ ଯାତୟାତ କରିବା ସହ ଆମ୍ବୁଲାନ୍ସରେ ଭକ୍ତମାନଙ୍କୁ ନେବା ଆଣିବା କରିପାରିବ। ଟ୍ରାଫିକ ଦାୟିତ୍ବରେ ଥିବା କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର ଏହାକୁ ଅନୁଧ୍ୟାନ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts