ଭୁବନେଶ୍ୱର,୯/୩(ସତ୍ୟପାଠ ବ୍ୟୁରୋ): ଲୋକସଭା ନିର୍ବାଚନର ଘୋଷଣା ହେବାର ସପ୍ତାହେ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ଭାରତର ନିର୍ବାଚନ ଆୟୋଗ ପୂର୍ବରୁ ଏକ ପଦବୀ ଖାଲି ଥିଲା ବେଳେ ଏବେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରହିବେ।





