ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ; ସବୁ ନାଟ ର ଗୋବର୍ଦ୍ଧନ ଏଏସଆଇ

ସତ୍ୟପାଠ ବ୍ୟୁରୋ, ୨୦/୦୫: ବିଗତ ବର୍ଷେ ରୁ ଅଧିକ ସମୟ ଧରି ଚାଲିଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ର ଯଦି ମୁଖ୍ୟ ଖଳନାୟକ ହୁଅନ୍ତି ରାଜ୍ୟ ସରକାର ତା ହେଲେ ପୁରା ନାଟ ର ଗୋବର୍ଦ୍ଧନ ହେଉଛି ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ବା ଏ ଏସ ଆଇ. ଶ୍ରୀ ମନ୍ଦିରର ରକ୍ଷଣାବେକ୍ଷଣ, ସଂରକ୍ଷଣ, ସୁରକ୍ଷା ଆଦିର ଦାୟିତ୍ୱ ହେଉଛି ଏଏସଆଇ ର। ଶ୍ରୀ ମନ୍ଦିର ପଶ୍ଚିମଦ୍ଵାର ରେ ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ ASI ପକ୍ଷରୁ ଏକ ନୋଟିସ ପ୍ଲେଟ୍ ଟେ ମରାଯାଇଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ଶ୍ରୀ ମନ୍ଦିର ର ୧୦୦ ମିଟର ପରିଧି ହେଉଛି ସମ୍ପୂର୍ଣ ନିଷିଧାଞ୍ଚଳ । ASI ର ବିନା ଅନୁମତିରେ ଏହା ମଧ୍ୟରେ କୌଣସି ପ୍ରକାର ଖନନ ବା ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ନାହିଁ। ଅର୍ଥାତ୍ ASI ହିଁ ଏକମାତ୍ର ଭାରପ୍ରାପ୍ଟ ସଂସ୍ଥା ଏପରିକି ରାଜ୍ୟ ସରକାର ମଧ୍ୟ ASI ର ବିନା ଅନୁମତିରେ ସାବଳରେ ଗାତ ଟେ ମଧ୍ୟ ଖୋଳି ପାରିବେ ନାହିଁ।

ଏବେ କଥା ଉଠୁଛି, ଶାବଳ କଥା ଛାଡ ବିରାଟ ବିରାଟ ଜେସିବି, ବୁଲଡୋଜର ଲଗେଇ ୧୦୦ ମିଟର ଭିତରେ ରାଜ୍ୟ ସରକାର ମଠ ସବୁ ଭାଙ୍ଗିଲେ, ତା ପରେ ବଡ ବଡ ଡ୍ରିଲ ମେସିନ ରେ ୨୦ ଫୁଟ ୩୦ ଫୁଟ ର ଗାତ ଖୋଲିଲେ, ହେଭି କଂକ୍ରିଟ ଷ୍ଟ୍ରକଚର୍ ଉଠେଇଲେ। ଏସବୁ କାମ ରାଜ୍ୟ ସରକାର ରାତି ଅଧିଆ କରିନାହାନ୍ତି। ବର୍ଷାଧିକ କାଳ ହେଲା ଶ୍ରୀମନ୍ଦିରର ଚତୁରପାର୍ଶ୍ୱରେ ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପ ନାଁ ରେ ପୁରୀ ରେ ମାତଙ୍ଗ ଚଲେଇଛନ୍ତି, କିନ୍ତୁ ASI ଚୁପ୍ ଚାପ୍ ସବୁ ଦେଖୁଛି। ଯେତେବେଳେ ମିଡିଆ ବେଶି ଘେରିଲେ ସେତେବେଳେ ଧୀରେ କରି ରାଜ୍ୟ ସରକାରଙ୍କୁ ଚିଠି ଦୁଇଟା ଲେଖି ଦେଇ ପୁଣି ଚୁପ୍ ବସି ପଡିଲା । ଶ୍ରୀ ମନ୍ଦିର ଭଳି ଐତିହ୍ୟ କ୍ଷେତ୍ର ର ବେଧଡକ ଧ୍ବଂସଲୀଳା ଚାଲିଲା କିନ୍ତୁ ASI ଚିଠି ଟେ ଲେଖିଦେଇ ଚୁପ ବସିପଡ଼ିଲା କେମିତି?

ସିଂହ ମୂର୍ତ୍ତି ୨୩ ଦିନ ତଳୁ ବାହାରିଲାଣି କିନ୍ତୁ ASI ଚୁପ୍ ଥିଲା। ଯେବେ ମିଡିଆରେ ଏ ଖବର ବାହାରିଲା ସେତେବେଳେ ASI କହିଲା କି ମାଟି ତଳୁ ବାହାରିଥିବା ଭଗ୍ନ ସିଂହ ମୂର୍ତ୍ତୀ ଗଙ୍ଗା ବଂଶ ସମୟ ର ହୋଇଥାଇ ପାରେ। ୨୩ ଦିନ ଭିତରେ ASI କୁ ସମୟ ମିଳିଲାନି ସିଂହ ମୂର୍ତ୍ତି ର କାର୍ବନ ଡେଟିଂ ଟେଷ୍ଟ ଏବଂ ଅନ୍ୟାନ୍ୟ ପରୀକ୍ଷା କରିବା ପାଇଁ ଓ ନିର୍ଦ୍ଧିଷ୍ଟ ଭାବରେ ଜାଣିବା ପାଇଁ କି ବାସ୍ତବ ରେ ମୂର୍ତ୍ତିର କେତେ ପୁରାତନ ଓ କେଉଁ ସମୟ ର? ୨୩ ଦିନ ହେଲା ପଡ଼ିକି ଥିଲା ଯେତେବେଳେ ବିବାଦ ବଢିଲା ସେତେବେଳେ ଟ୍ରାକ୍ଟର ରେ ଲଦି ମୂର୍ତ୍ତି କୁ ASI ନେଇଗଲା।

Ancient Monuments and Archeological Sites Remains Act ୨୦୧୦ ଆମେଣ୍ଡମେଣ୍ଡ ରେ ସର୍ତ ରହିଲା କି ୧୦୦ ମିଟର ନିଶିଦ୍ଧାଞ୍ଚଳ ମଧ୍ୟରେ ସିମୀତ ନିର୍ମାଣ କାର୍ଯ୍ୟ କରାଯାଇପାରିବ ମାତ୍ର ASI ର ସହମତି ଏବଂ ସହଯୋଗରେ ହିଁ ଯାହା କିଛି କାମ ହେବ। ଏବଂ ଯେଉଁ ଐତିହ୍ୟ ସ୍ଥଳ ର ଆକାର ୫୦୦୦ ବର୍ଗ ମିଟର ବା ତଦୁର୍ଦ୍ଧ୍ବ ସେ କ୍ଷେତ୍ରରେ କୌଣସି ନିର୍ମାଣ ବା ଖନନ କାମ ପୂର୍ବରୁ ହେରୀଟେଜ୍ ଇମ୍ପ।କ୍ଟ ଆସେଷମେଣ୍ଟ ରିପୋର୍ଟ ଏବଂ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡ଼ାର ସର୍ଭେ କରାଯିବା ବାଧ୍ୟତାମୂଳକ। ଏଠି ଶ୍ରୀ ମନ୍ଦିର ୪୩, ୩୪୧ ବର୍ଗ ମିଟର ଅଞ୍ଚଳ ଉପରେ ନିର୍ମିତ। ମାତ୍ର ରାଜ୍ୟ ସରକାର ମାନମାନୀ କରି ବିନା ରିପୋର୍ଟ ରେ ଖୋଲିଲେ ଓ ନିର୍ମାଣ କାମ ମଧ୍ୟ କଲେ। ଏଠାରେ ପ୍ରଶ୍ନ ASI କରୁଥିଲା କଣ? ଯଦି ଚିଠି ଦେଲେ ନିୟମ ଭାଙ୍ଗିଥିବା ସଂସ୍ଥା କାମ ବନ୍ଦ ନ କରେ ତେବେ ଆଇନ୍ ମୁତାବକ ASI କଣ ପଦକ୍ଷେପ ନେଇପାରିବ? ଏ କ୍ଷେତ୍ରରେ ASI ରାଜ୍ୟ ସରକାରଙ୍କୁ ରୋକିଲା ନାହିଁ କାହିଁକି?

ASI ର ମହାନିର୍ଦ୍ଦେଶକ ଗତ ୨୧ ଫେବୃୟାରୀ ରେ ପୁରୀ ଆସିଲେ ଓ ଶ୍ରୀମନ୍ଦିର ଚାରିପାଖରେ ଯେଭଳିଭାବେ ବେଆଇନ ଭାବେ କାମ ହୋଇଛି ସବୁ ଦେଖିଲେ କିନ୍ତୁ କିଛି କହିଲେ ନାହିଁ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ କଣ କଥା ହେଲା ତାହା ମା ଗଙ୍ଗେଙ୍କୁ ଜଣା କିନ୍ତୁ ପଦୁଟିଏ ବି କହିଲେ ନାହିଁ ଯେ ରାଜ୍ୟ ସରକାର ଆଇନକୁ ମନଇଛା ଭାଙ୍ଗିଛନ୍ତି ବୋଲି। ଓଲଟା ସରକାରଙ୍କୁ ଗଳାବାଟ ଦେଖାଇ ଦେଇ ଦିଲ୍ଲୀ ଚାଲିଗଲେ । କହିଦେଇଗଲେ ନୂଆ ଡିପିଆର ପଠାଅ ASI ସବୁ ପୁରୁଣା ଭୁଲଭଟକା କୁ ଠିକ୍ କରିଦେବ ଏବଂ କାମ ହେବ।

ପାର୍ଲିଆମେଣ୍ଟ ରେ ସାଂସଦ ପିନାକୀ ମିଶ୍ର କହିଲେ ଯେ ରାଜ୍ୟ ସରକାରଙ୍କୁ ନୋ ଅବଜେକସନ୍ ସାର୍ଟିଫିକେଟ ନ୍ୟାସନାଲ ମନୁମେଣ୍ଟ ଆଥରିଟୀ ପକ୍ଷରୁ ମିଳିଛି। ସେଇଠି ପ୍ରକଳ୍ପକୁ ନେଇ ତୁମ୍ଭିତୁଫାନ କରୁଥିବା ବିଜେପି ସାଂସଦ ମାନେ ବି ଥିଲେ। ପିନାକୀ ମିଶ୍ରଙ୍କ ବାହସ୍ପୋଟ କୁ କେହି ବି ରୋକିଲେ ନାହିଁ। ବିଜେପି ସାଂସଦ ଏ ନେଇ ସେଠାର ଉପସ୍ଥିତ ସଂସ୍କୃତି ମନ୍ତ୍ରାଳୟ ମନ୍ତ୍ରୀଂକ ଦୃଷ୍ଟି ଆକର୍ଷଣ ମଧ୍ୟ କଲେ ନାହିଁ ଯେ, National Monument Authority ଏନ ଓ ସି ଦେଇପାରିବନାଆହିଁ। କାରଣ କମ୍ପିଟେଣ୍ଟ ଅଥରିଟୀ NMA ନୁହଁ ବରଂ ASI ହିଁ ଏନ୍ ଓ ସି ଦେବାପାଇଁ କ୍ଷମତା ପ୍ରାପ୍ତ।

ରାଜ୍ୟ ସରକାର ତ ପୁରୀ ରେ ନବୀନଙ୍କୁ ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବେ ଅଭିଷିକ୍ତ କରିବାପାଇଁ ବ୍ୟସ୍ତ। ସେପଟେ ASI ହାତରେ ଶ୍ରୀ ମନ୍ଦିର କେତେ ସୁରକ୍ଷିତ ସେଇଟା ବଡ ପ୍ରଶ୍ନ ।

Related Posts