ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ୫ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କରଞ୍ଜିଆ : ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ର କାର୍ଯ୍ୟନୁଷ୍ଠାନ। ଏନେଇ ପୋଲିସ ଏହି ମାମଲାରେ ତଦନ୍ତ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏଦେଲବେଡା ଗାଁର ମାଣିକରାମ କଣ୍ଡେୟା, ମୋରା ହୋ, ରାମାୟ କଣ୍ଡେୟା, ଗୋପବନ୍ଧୁ କଣ୍ଡେୟା ଓ ଟୁରି କଣ୍ଡେୟା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୨୮ ତାରିଖ ରାତିରେ ଠାକୁରମୁଣ୍ଡା ବ୍ଲକ ଏଦେଲବେଡା ଗାଁରେ ସମ୍ବର ମାଂସ ବଣ୍ଟାଯିବା ସମୟରେ ମାଡିବସିଥିଲା ବନବିଭାଗ । ପରେ ତଲାସୀ ଚାଲିଥିବା ବେଳେ ଗାଁର କିଛି ଲୋକ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ଅଟକ ରଖିଥିଲେ । କରଞ୍ଜିଆ SDPOଙ୍କ ନେତୃତ୍ୱରେ ଏକ ଟିମ ବୁଧବାର ରାତିରେ ଏଦେଲବେଡା ଗାଁରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

Related Posts