ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏକ ବଡ ଅଘଟଣ । ଆକାଶରୁ ମୃତ୍ୟୁ ଖସିଛି । ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ ବଜ୍ରାଘାତରେ ଚାଲିଗଲା ୩ ଜୀବନ । ଲୋଇସିଂହା ଥାନା ଅନ୍ତର୍ଗତ ଜଡାମୁଡ଼ା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ୩ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହୁଁ ମୁଣ୍ଡା ଓ ୧୨ ବର୍ଷୀୟ ଚନ୍ଦନ ଝା ପୋଖରୀକୁ ଶୌଚ ପାଇଁ ଯାଇଥିଲା । ଏହା ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବର୍ଷା ହେବାରୁ ସେମାନେ ଏକ ଗଛ ତଳକୁ ଚାଲି ଯାଇଥିଲେ । ଏହି ସମୟରେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ହିଁ ୩ ଜଣ ଟଳି ପଡିଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାକୁ ଆଣିଥିଲେ ।

ନାବାଳକ ସମେତ ୩ ମୃତମାତ୍ର ସେତେବେଳକୁ ବିଳମ୍ବ ହୋଇସାରିଥିଲା । ବଜ୍ରାଘାତ ସେମାନଙ୍କ ଜୀବନ ନେଇ ସାରିଥିଲା । ଅକାଳରେ ଝଡି ପଡିଥିଲା ଜୀବନ । ଦୁଃଖଦ ଘଟଣାରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।