ହିନ୍ଦୁମାନଙ୍କର ସୁରକ୍ଷା କରିବାରେ ବାଂଲାଦେଶ ସରକାର ବିଫଳ: ଆରଏସଏସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଂଲଦେଶରେ ହିନ୍ଦୁମାନଙ୍କ ମନ୍ଦିର ଉପରେ ହୋଇଥିବା ଆକ୍ରମଣର ପ୍ରତିକ୍ରିୟା ରଖିଛି ଆରଏସଏସ । ତେବେ ହିନ୍ଦୁମାନଙ୍କର ସୁରକ୍ଷା କରିବାରେ ବାଂଲାଦେଶ ସରକାର ବିଫଳ ବୋଲି ଆରଏସଏସ ଅଭିଯୋଗ କରିଛି । ଆରଏସଏସ ଜାତୀୟ କାର୍ୟ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର କହିଛନ୍ତି ଯେ, ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ରକ୍ଷା କରିବାରେ ସେଠାକାର ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଢାକା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ କଂଗ୍ରେସ ପ୍ରଭୃତି ବିରୋଧୀ ଦଳମାନେ ରାଜନୈତିକ ସଂକୀର୍ଣ୍ଣତାରୁ ଉପରକୁ ଉଠି ଭାରତ ସରକାରଙ୍କ ଉପରେ ଛିଡ଼ା ହୁଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ଆରଏସଏସ ଅଧିନସ୍ଥ ମୁସଲିମ ରାଷ୍ଟ୍ରୀୟ ମଂଚର ପ୍ରତିଷ୍ଠାତା ଥିବା ଇନ୍ଦ୍ରେଶ କହିଛନ୍ତି ଯେ ଭାରତର ମୁସଲିମ ସମାଜ ମଧ୍ୟ ଏହାକୁ ବିରୋଧ କରିବା ଉଚିତ । ସେପଟେ ଗତ ଗୁରୁବାର ଦିନ ଢାକାର ୱାରିସ୍ଥିତ ୨୨୨ ଲାଲ୍‌ମୋହନ ଶାହା ଷ୍ଟ୍ରିଟ୍‌ରେ ଥିବା ‘ଇସ୍କନ ରାଧାକାନ୍ତ ମନ୍ଦିରକୁ ୨୦୦ରୁ ଅଧିକ ଉତ୍ତ୍ୟକ୍ତ ବ୍ୟକ୍ତି ଆକ୍ରମଣ କରି, ଭଙ୍ଗାରୁଜା କରିବା ସହିତ ଲୁଟତରାଜ କରିଥିଲେ । ଏହି ଆକ୍ରମଣରେ ସୁମନ୍ତ୍ର ଚନ୍ଦ୍ର ଶ୍ରବଣ, ନିହାର ହଲ୍‌ଦାର୍‌, ରାଜୀବ ଭଦ୍ରାଙ୍କ ସମେତ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ଆକ୍ରମଣକାରୀ ଜନତାଙ୍କର ନେତୃତ୍ବ ନେଇଥିଲେ ହାଜି ଶଫିଉଲ୍ଲା ।

Related Posts