ଲାଲବତୀ ଲଗାଇବା ପାଇଁ ଯୋଗ୍ୟ ଭିଭିଆଇପି ତାଲିକାରୁ ବାଦ ପଡିଲେ ବେଙ୍ଗଲ ରାଜ୍ୟପାଳ ଏବଂ ବିରୋଧୀ ଦଳ ନେତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଭିଭିଆଇପି ଏବଂ ଅଧିକାରୀଙ୍କ ଏକ ନୂତନ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ଲାଲବତୀ ଲଗାଇବା ପାଇଁ ଯୋଗ୍ୟ ଅଧିକାରୀ ଭିଭିଆଇପିଙ୍କ ନାଁ ରହିଛି। ତେବେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏହି ତାଲିକାରେ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାଁ ନାହିଁ। 

  ଶେଷ ଥର ପାଇଁ 2014 ରେ ଏହି ତାଲିକା ପ୍ରକାଶ ପାଇଥିଲା। ସେହି ସମୟରେ ରାଜ୍ୟପାଳଙ୍କ ନାଁ ଶୀର୍ଷରେ ଥିଲା। ଏବଂ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା।

 ତେବେ ଶୁକ୍ରବାର ସନ୍ଧ୍ୟାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତି ତଥା କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଏହି ତାଲିକାରୁ ବାଦ ପଡିଛନ୍ତି । ଜରୁରୀକାଳୀନ ପରିସ୍ଥିତି ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ଜଡିତ ଥିବା ବ୍ୟକ୍ତିଙ୍କ ବ୍ୟତୀତ କେନ୍ଦ୍ର ସରକାର 2017 ରେ VVIP ପାଇଁ ଲାଲବତୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ।  ତେବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି ତଥା କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଲାଲବତୀ ବ୍ୟବହାର ଜାରି ରଖିଥିଲେ କାରଣ ସେହି ବର୍ଷ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିରେ ସେମାନଙ୍କ ନାଁ ପ୍ରକାଶ କରାଯାଇ ନଥିଲା। 

2014 ରେ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଭିଆଇପିମାନେ ଲାଲ୍ ବତୀ ବ୍ୟବହାର କରିପାରିବେ ନାହିଁ। ପରେ ପଶ୍ଚିମବଙ୍ଗ ସରକାର ଏକ ନୂତନ ତାଲିକା ପ୍ରକାଶ କରିଥିଲେ ଯେଉଁଥିରେ ଅଧିକାଂଶ ଭିଭିଆଇପି ଏହି ତାଲିକାଭୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ, 2017 ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ କେବଳ ଜରୁରୀକାଳୀନ ପରିସ୍ଥିତି ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିମାନେ ସେମାନଙ୍କ ଗାଡିରେ ମଲ୍ଟି କଲର (ନାଲି, ଧଳା ଏବଂ ନୀଳ) ଆଲୋକ ବ୍ୟବହାର କରିପାରିବେ।  

ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ “ଯଦି ଅନ୍ୟ କେହି ବିରୋଧୀଦଳର ନେତା ହୋଇଥାନ୍ତେ, ତେବେ ସରକାର ଦୟାଳୁ ହୋଇଥାନ୍ତେ।  ସମସ୍ତ ମନ୍ତ୍ରୀ – କ୍ୟାବିନେଟ ମନ୍ତ୍ରୀ ତଥା ରାଜ୍ୟ ମନ୍ତ୍ରୀଙ୍କୁ ମଧ୍ୟ ସେମାନଙ୍କ କାର ଉପରେ ଲାଲ୍ ବତୀ  ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ ଲାଲବତୀ ପାଇଁ ଯୋଗ୍ୟ ଅନ୍ୟମାନଙ୍କ ମଧ୍ୟରେ ଡାଇରେକ୍ଟର ଜେନେରାଲ୍ ଏବଂ ପୋଲିସର ଅତିରିକ୍ତ ଡାଇରେକ୍ଟର ଜେନେରାଲ୍, ଇନ୍ସପେକ୍ଟର ଜେନେରାଲ୍ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ୍, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ବିଭାଗୀୟ କମିଶନର ଏବଂ ମ୍ୟୁନିସିପାଲିଟି କମିଶନର ଅନ୍ତର୍ଭୁକ୍ତ। ଅଧିକାରୀଙ୍କ କହିବାନୁସାରେ, କୋଲକାତାରେ ଏକ ନକଲି ଟୀକା ରାକେଟର ଖୁଲାସା ପରେ ଏହି ନୂତନ ତାଲିକାର ଆବଶ୍ୟକ ଥିଲା।

Related Posts