ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏକାଧିକ ନରକଙ୍କାଳ ଠାବ

ରାଜଧାନୀ ଭୁବନେଶ୍ଵର ରେ ଚାଞ୍ଚଲ୍ୟ । ଆବର୍ଜନା ଭିତରୁ ମିଳିଲା ନର କଙ୍କାଳ । ଗୋଟିଏ କି ଦୁଇଟି ନୁହେଁ, ଜବତ ହୋଇଛି ଏକାଧିକ ନର କଙ୍କାଳ। ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି । ଏକ ଜାଗାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ନରକଙ୍କଳା, ଖପୁରୀ, ହାଡ଼ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି। ହଠାତ୍‌ ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରି କେଉଁଠୁ ଓ କିପରି ଆସିଲା, କିଏ ଏଠାରେ ଫୋପାଡ଼ିଲା, ଏହା ପଛର କାରଣ କ’ଣ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts