ଭ୍ୟାକ୍ସିନ ବିକଶିତ କରିବା କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକଙ୍କୁ ବଡ଼ ସଫଳତା: ସ୍ୱଦେଶୀ ଏମଆରଏନଏ ଭ୍ୟାକ୍ସିନର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକଙ୍କୁ ଆଉ ଏକ ବଡ଼ ସଫଳତା। କରୋନା ମୁକାବିଲା କରିବା କ୍ଷେତ୍ରରେ ସଂଜୀବନୀ ପାଲଟିଛି କରୋନା ଭ୍ୟାକ୍ସିନ । ତେବେ ଏହି ଭ୍ୟାକ୍ସିନ ବିକଶିତ କରିବା କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକମାନେ ସ୍ୱଦେଶୀ ଏମଆରଏନଏ ଭ୍ୟାକ୍ସିନର ଘୋଷଣା କରିଛନ୍ତି।

ଅଟଳ ଇନକ୍ୟୁଭେସନ ସେଣ୍ଟର-ସିସିଏମବିର ସିଇଓ ଡାକ୍ତର ଏନ ମଧୁସୂଦନ ରାଓ କହିଛନ୍ତି, କୋଭିଡ ୧୯ ବିରୁଦ୍ଧରେ ଭାରତ ଏମଆରଏନଏ ଟେକ୍ନୋଲଜି ବିକଶିତ କରିଛି। ସେ କହିଛନ୍ତି, ଏହି ଏମଆରଏନଏ ଭ୍ୟାକ୍ସିନ ସହ ଫ୍ଲେକ୍ସିବିଲିଟିର ଲାଭ ମଧ୍ୟ ମିଳିବ ଯାହା ଅନ୍ୟ ଭ୍ୟାକ୍ସିନ ସହ ନାହିଁ । ହାଇଦ୍ରାବାଦ ସ୍ଥିତ ସିଏସଆଇଆର ଏବଂ ସେଣ୍ଟର ଫର ସେଲ୍ୟୁସର ଆଣ୍ଡ ମଲିକ୍ୟୁଲର ବାୟୋଲଜି ଶୁକ୍ରବାର ସାର୍କ-କୋଭ-୨ ବିରୁଦ୍ଧରେ ଏକ ସମ୍ଭାବିତ ଏମଆରଏନଏ ଭ୍ୟାକ୍ସିନ ବିକଶିତ କରିଥିବା ନେଇ ଘୋଷଣା କରିଥିଲା।

ଏଆଇସି-ସିସିଏମବିର ସିଇଓ ଏବଂ ଏହି ପ୍ରୋଜେକ୍ଟର ପ୍ରମୁଖ ବୈଜ୍ଞାନିକ ମଧୁସୂଦନ ରାଓ କହିଛନ୍ତି, ଆମର ଏହି ଭ୍ୟାକ୍ସିନ କାର୍ଯ୍ୟକ୍ରମର ପ୍ରଶଂସା କରାଯାଉଛି। କରୋନାର ମୁକାବିଲା କରିବାରେ ଆମେରିକା ଏବଂ ୟୁରୋପରେ ମଡର୍ଣ୍ଣା ଏବଂ ଫାଇଜର ଦ୍ୱାରା ବିକଶିତ କରାଯାଇଥିବା ଭ୍ୟାକ୍ସିନ ପ୍ରଣାଳୀର ଅଭାବ ଆମ ନିକଟରେ ରହିଥିଲା। ରାଓ କହିଛନ୍ତି, ବୈଜ୍ଞାନିକମାନେ ଯେଉଁ ଏମଆରଏନଏ ଭ୍ୟାକ୍ସିନ ବିକଶିତ କରିଛନ୍ତି, ତାହା ସ୍ୱ-ପ୍ରାକୃତିକ ଆରଏନଏ ଉପରେ ଆଧାରିତ ଏବଂ ଜେନେଭା ବାୟୋ ଦ୍ୱାରା ବିକଶିତ କରାଯାଉଥିବା ଏମଆରଏନଏ ଭ୍ୟାକ୍ସିନଠାରୁ ଅଲଗା ।

ଘରୋଇ ଏମଆଇଏନ ଭ୍ୟାକ୍ସିନ ଅନ୍ୟ ମାରାତ୍ମକ ରୋଗ ଯେପରି ଟିବି, ଡେଙ୍ଗୁ, ମାଲେରିଆ, ଚିକେନଗୁନିଆ, ବିରଳ ବଂଶାନୁକ୍ରମିକ ରୋଗ ଏବଂ ଅନ୍ୟ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିବ।

Related Posts