ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ୧୪ ବିଶ୍ଵବିଦ୍ୟାଳୟ ପାଇଁ ନିଯୁକ୍ତ କଲେ କୁଳପତି । କୁଳପତିଙ୍କ ନିଯୁକ୍ତିକୁ କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟି ଅନୁମୋଦନ ଦେଇଛନ୍ତି। ଏଥିରେ ରାଜ୍ୟର ଅନେକ ପ୍ରମୁଖ ବିଶ୍ଵ ବିଦ୍ୟାଳୟର କୁଳପତି ସାମିଲ। ଏହା ସହିତ ଏସବୁ ବିଶ୍ଵିବଦ୍ୟାଲୟରେ ଦୀର୍ଘ ସମୟ ଧରି ଖାଲି ପଡ଼ିଥିବା କୁଳପତି ପଦ ପୂରଣ ହୋଇଛି। ତେବେ ଏଫଏମ ବିଶ୍ଵବିଦ୍ୟାଳୟ କୁଳପତି- ପ୍ରଫେସର ସନ୍ତୋଷ ତ୍ରିପାଠୀ । ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି- ପ୍ରଫେସର ଅର୍କ ଦାସମହାପାତ୍ର । ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି- ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ। ଧରଣୀଧର ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ସଞ୍ଜୟ କୁମାର ପାତ୍ର । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ।ଖଲ୍ଲିକୋଟ ୟୁନିଟାରୀ ବିଶ୍ବବିଦ୍ୟାଳୟ କୁଳପତି – ପ୍ରଫେସର ଅସୀମା ସାହୁ । ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ପବନ କୁମାର ଅଗ୍ରୱାଲ । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି – ପ୍ରଫେସର ଶିବରାମ ତ୍ରିପାଠୀ ।MSCBD ବିଶ୍ବବିଦ୍ୟାଳୟ କୁଳପତି – ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି – ପ୍ରଫେସର ବିଭୂତି ଭୂଷଣ ମଲିକ । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି – ପ୍ରଫେସର ଜ୍ୟୋସ୍ନା କେବି ରାଉତ । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି – ପ୍ରଫେସର ପ୍ରଭାତ କୁମାର ମହାପାତ୍ର । ବିକ୍ରମ ଦେବ ବିଶ୍ବବିଦ୍ୟାଳୟ କୁଳପତି – ପ୍ରଫେସର ହୃଷିକେଶ ସେନାପତି । ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି – ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ।