ବେଆଇନ ପାର୍କିଂ ପାଇଁ ବିଧାୟକଙ୍କୁ ଫାଇନ

ସତ୍ୟପାଠ ବ୍ୟୁରୋ : ବେଆଇନ ପାର୍କିଂ କରି ଫାଇନ ଦେଲେ ବିଜେଡି ବିଧାୟକ । ଲୋକଙ୍କୁ ସଚେତନ କରିବାକୁ ଆସିଥିବା ବିଧାୟକଙ୍କ ଗାଡି ବେଆଇନ ଭାବେ ପାର୍କିଂ କରାଯାଇଥିଲା । ଫଳରେ ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ପୁଲିସ ତାଙ୍କ ଠାରୁ ୫୦୦ଟଙ୍କା ଫାଇନ କାଟିଛି ।

ଲୋକଙ୍କୁ ଟ୍ରାଫିକ ନିୟମ ବାବଦରେ ସଚେତନ କରାଇବାକୁ ଏଜି ଛକରେ ଚକଲେଟ ଦେଉଥିଲା ପୁଲିସ । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା । କିନ୍ତୁ ଏଜି ଛକରେ ତାଙ୍କ ଗାଡିଟି ପାର୍କିଂରେ ନରଖି ଡ୍ରାଇଭର ବେଆଇନ ପାର୍କିଂ କରିଥିଲେ । ଯେଉଁଥିପାଇଁ ସେହି ଗାଡି ଠାରୁ ୫୦୦ଟଙ୍କା ଫାଇନ କାଟିଛି କମିଶନରେଟ ପୁଲିସ । ବେଆଇନ ପାର୍କିଂ ପାଇଁ ଏହି ଚାଲାଣ କଟିଥିବା ବେଳେ ବିଧାୟକ ଏହି ଫାଇନ ଭରିଛନ୍ତି ।

ସୂଚନାଯୋଗ୍ୟ, ଗାଡିଟି ଡ୍ରାଇଭର ପାର୍କିଂ କରିଥିଲେ । ବିଧାୟକ ଓହ୍ଲାଇ ସାରିବା ପରେ ଏହା ପାର୍କିଂ କରାଯାଇଥିଲା । ଗାଡିରେ ବିଧାୟକ ବସିକି ବେଆଇନ ପାର୍କିଂ ହୋଇନଥିଲା ।

Related Posts