କନ୍ଧମାଳରେ ବିଜେଡିର ପରାଜୟକୁ ନେଇ କାର୍ଯ୍ୟନୁଷ୍ଠାନ: ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ ମୁନି ଦଳରୁ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟରେ ଶେଷ ହୋଇଚି ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ । ତେବେ ଶାସକ ଦଳ ସଫଳତାର ଶୀର୍ଷ ଛୁଇଥିବା ବେଳେ, କେତେକ ଅଞ୍ଚଳରେ ଦୟନୀୟ ଭାବେ ପରାଜୟ ହାସଲ କରିଛି । ପରାଜୟ କୁ ନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ଦଳ ପରାଜୟର କାରଣ ଖୋଜୁଥିବା ବେଳେ, କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି । କନ୍ଧମାଳ ଜିଲ୍ଲାରେ ବିଜେଡିରେ ଗୋଷ୍ଠୀ ଅନ୍ତଃକନ୍ଦଳ ତେଜିବାରେ ଲାଗିଛି। ଦଳୀୟ କର୍ମୀମାନେ ଦଳୀୟ ଶୃଙ୍ଖଳା ରକ୍ଷା ନକରିବା ସହିତ ନେତାମାନଙ୍କ ନିର୍ଦେଶ ନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତିl ଯାହାର ପରିଣାମ ସ୍ୱରୂପ ପଞ୍ଚାୟତ ଓ ପୌର ନିର୍ଵାଚନରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ଶେଷରେ ଏଭଳି ବିଶୃଙ୍ଖଳିତ କର୍ମୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନସିଲର ପ୍ରଦୀପ ମୁନିଙ୍କୁ ଦଳରୁ ନିଲମ୍ବିତ କରାଯାଇଛି l

ଶୁକ୍ରବାର ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ସମ୍ପାଦକ ମିଡିଆ ସେଲ ମୁଖ୍ୟ ମାନସ ମଙ୍ଗରାଜ ପ୍ରଦୀପ ଙ୍କୁ ନିଲମ୍ବିତ କରିଛନ୍ତିl ସେହପରି ପୌର ନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ କାଉନସିଲର ଭାଗବତ ବେହେରା, ଓ ଶ୍ରୀବତ୍ସ ବେହେରାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏଭଳି ବିଶୃଙ୍ଖଳିତ କର୍ମୀଙ୍କ ବିରୋଧରେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୁଣିବାକୁ ମିଳୁଛି।

Related Posts