୬ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୋଲଗଡ଼ ଥାନା ଏଏସଆଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୬ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୋଲଗଡ଼ ଥାନା ଏଏସଆଇ । ତେବେ ଜନୈକ ଲୋକଙ୍କ ଠାରୁ ନିଜ ପୁଅ ଓ ତାର ସହଯୋଗୀଙ୍କ ନାଆଁରେ ଥିବା ଏକ ମାମଲାର ରଫାଦଫା ଲାଗି ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ତାପରେ ଯୋଜନାବଦ୍ଧ ଭାବେ ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ବାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ତାଙ୍କଠାରୁ ୬ ହଜାର ଟଙ୍କା ଜବତ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts