ଭୁବନେଶ୍ୱର: ବସ୍ ଧର୍ମଘଟର ଚେତାବନୀ ଦେଇଥିବା ବସ୍ ମାଲିକ ସଂଘ ନିଜ ନିଷ୍ପତିରେ ପରିବର୍ତ୍ତନ କରିଛନ୍ତି । ଜୁଲାଇ ୧ ତାରିଖରେ ହେବାକୁ ଥିବା ବସ୍ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବସ୍ ଧର୍ମଘଟ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ଓଡ଼ିଶା ବସ୍ ମାଲିକ ସଙ୍ଘ । ଏନେଇ ଚେତାବନୀ ଦେଇଛି ବସ୍ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ। ରଥଯାତ୍ରାକୁ ଦେଖି ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି ।
ଶ୍ରୀ ସାହୁଙ୍କ କହିବା ଅନୁସାରେ ଜୁଲାଇ ସୁଦ୍ଧା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଅପିଲ କରୁଛି ସଙ୍ଘ। ଯଦି ସରକାର ଜୁଲାଇ ମାସ ସୁଦ୍ଧା ଦାବି ପୂରଣ ନ କରନ୍ତି, ତାହାହେଲେ ଅଗଷ୍ଟରେ ପୁଣି ଧର୍ମଘଟକୁ ଓହ୍ଲାଇବ ବସ୍ ମାଲିକ ସଙ୍ଘ। ରଥଯାତ୍ରାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସେପଟେ ବିଭାଗୀୟ ମନ୍ତ୍ରୀ ମଧ୍ୟ ଧର୍ମଘଟକୁ ସ୍ଥଗିତ ରଖିବାକୁ ସଙ୍ଘକୁ ପୂର୍ବରୁ ଅପିଲ କରିଥିଲେ ବୋଲି ଶ୍ରୀ ସାହୁ କହିଥିଲେ।
