କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲା; ଫୋନ ବ୍ୟବହାର କରୁନଥିବାରୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ମିଳୁନି ପତ୍ତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ପତ୍ତା ମିଳୁନି । ଏହା ମଧ୍ୟରେ ଶର୍ମିଷ୍ଠାଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ଶର୍ମିଷ୍ଠା ବିଭିନ୍ନ ସ୍ଥାନରେ ବୁଲୁଥିଲେ ମଧ୍ୟ ସେ ଫୋନ ବ୍ୟବହାର କରୁନଥିବାରୁ ତାଙ୍କୁ ଖୋଜିବା କଷ୍ଟକର ହୋଇ ପଡ଼ିଛି । ସେପଟେ ତଦନ୍ତକାରୀ ଟିମ ଶ୍ରମ ଭିତରୁ ଏକ ଡାଏରୀ ଜବତ କରିଛି । ଯେଉଥିରେ ଅନେକ ବଡ଼ ବଡ଼ିଆଙ୍କ ନାଁ ରହିଥିବା କୁହାଯାଉଛି ।

ଡାଏରୀରେ ଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟକୁ ନେଇ ଅନୁସନ୍ଧାନ କରାଯିବ ବୋଲି ଜଣାପଡ଼ିଛି । ସେହିପରି ଆଶ୍ରମ ରେଜିଷ୍ଟାରରେ ଯେଉଁ ବ୍ୟକ୍ତିମାନେ ଆସିଥିବା ନେଇ ତଥ୍ୟ ରହିଛି, ସେମାନଙ୍କୁ ମଧ୍ୟ ପଚରାଉଚରା କରିପାରେ ପୋଲିସ । କିଏ ଓ କେଉଁ ଉପାରେ ଶର୍ମିଷ୍ଠାଙ୍କୁ ଅନୁକମ୍ପା ଦେଖାଇଥିଲା ଏବଂ କାହିଁକି ଆସୁଥିଲେ ସେସବୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts