ପ୍ରାର୍ଥୀଙ୍କ ଏଜେଣ୍ଟ ନେଇଗଲେ ଭୋଟ ବାକ୍ସ; ବନ୍ଦ ହେଲା ମତଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟର ଭୋଟ ଗ୍ରହଣ ଶେଷ ହୋଇଛି । କେବଳ ଧାମନଗର ବ୍ଲକ୍ର ୪୦୫ଟି ବୁଥ୍ରେ ମତଦାନ ହେଉଛି। ଏଠାରେ ୬୧ଟି ଉତ୍ତେଜନାପ୍ରବଣ ବୁଥ୍ ଥିବା ସହ ରାଜନୈତିକ ହିଂସା ଲାଗି ରହିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସିଠାରେ ଯେପରି ଗଣ୍ଡଗୋଳ ନ ହୁଏ, ସେଥିପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ତଥାପି ପଟିସାହି ପଞ୍ଚାୟତ ୧ ନମ୍ବର ବୁଥ୍ରେ ସମସ୍ୟା ଦେଖାଦେଇଥିଲା। ମତଦାନ ଚାଲିଥିବା ବେଳେ ପ୍ରାର୍ଥୀଙ୍କ ଏଜେଣ୍ଟ ଭୋଟ୍ବାକ୍ସ ନେଇଯାଇଥିଲେ।

ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ୨ ଜଣ ଯୁବକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ସୁରକ୍ଷା ଓ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ନିର୍ବାଚନ ଅଧିକାରୀ ଉକ୍ତ ବୁଥ୍ରେ ମତଦାନ ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି। ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର କଟସାହିରେ ମତଦାନ ବେଳେ ଭୋଟ ବାକ୍ସ ଦୁର୍ବୃତ୍ତମାନେ ଲୁଟିନେଇଥିଲେ ଏହାଫଳରେ ମତଦାନ ବନ୍ଦ ରହିଥିଲା। ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା।

Related Posts