ସିବିଆଇ ତଦନ୍ତ ଶିଥିଳ, ଖସିଯିବେ ଚିଟ୍‌ଫଣ୍ଡ ଠକ

ଚିଟ୍‌ଫଣ୍ଡ ଅଭିଯୁକ୍ତ ୪୪ କଂପାନୀ ମଧ୍ୟରୁ ଏ ଯାଏଁ ମାତ୍ର ୬ କଂପାନୀର ତଦନ୍ତ ଶେଷ ହୋଇଛି । ୪ଟି ବଡ଼ ଟିଟଫଣ୍ଡ ସଂସ୍ଥାଙ୍କ ତଦନ୍ତ ଏବେ ବି ଚାଲିଛି । ତେଣୁ ସିବିଆଇ କେବେ ଏତେ ସଂଖ୍ୟାରେ କମ୍ପାନୀଙ୍କ ତଦନ୍ତ ଶେଷ କରିବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

ଗତ ସୋମବାର ଖୋର୍ଦ୍ଧା ସମାବେଶରେ ଚିଟ୍‌ଫଣ୍ଡ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ଅନ୍ୟପଟେ ଚିଟ୍‌ଫଣ୍ଡର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ସାଢ଼େ ୪ ବର୍ଷ ପରେ ବି ଏ ଯାଏଁ ସିବିଆଇର ତଦନ୍ତରେ ଅଗ୍ରଗତି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଶୈଳୀକୁ ଦେଖିଲେ ବହୁ ପ୍ରଶ୍ନ ସୃଷ୍ଟି ହେଉଛି ।

ଚିଟ୍‌ଫଣ୍ଡ ଅଭିଯୁକ୍ତ ୪୪ କଂପାନୀ ମଧ୍ୟରୁ ଏ ଯାଏଁ ମାତ୍ର ୬ କଂପାନୀର ତଦନ୍ତ ଶେଷ ହୋଇଛି । ୪ଟି ବଡ଼ ଟିଟଫଣ୍ଡ ସଂସ୍ଥାଙ୍କ ତଦନ୍ତ ଏବେ ବି ଚାଲିଛି । ତେଣୁ ସିବିଆଇ କେବେ ଏତେ ସଂଖ୍ୟାରେ କମ୍ପାନୀଙ୍କ ତଦନ୍ତ ଶେଷ କରିବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

୨୦୧୪ ଜୁଲାଇ ୩୧ ତାରିଖରେ ଚିଟ୍‌ଫଣ୍ଡ ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶାରେ ନବଦିଗନ୍ତ ଚିଟଫଣ୍ଡ କମ୍ପାନୀରୁ ଆରମ୍ଭ ହୋଇଥିଲା ଚିଟଫଣ୍ଡ ତଦନ୍ତ । 2014 ଅଗଷ୍ଟ ୧୫ରେ ଅର୍ଥତତ୍ବ, ସେପ୍ଟେମ୍ବର ୪ରେ ସିସୋର ଉପରେ ଚଢାଉ କରିଥିଲା ସିବିଆଇ । ଏହି ଚଢ଼ାଉରେ ଗିରଫ ହେଲେ ଏକାଧିକ ରାଜନେତା, ବିଲଡର, ବ୍ୟବସାୟୀ, ପୋଲିସ, ସାମ୍ବାଦିକ, ଖବର କାଗଜ ମାଲିକ, ବ୍ରୋକର, ଓକିଲ ଓ ମଡେଲ ।

ଏହା ଭିତରେ ପ୍ରାୟ ସାଢେ ୪ ବର୍ଷ ବିତିଲାଣି । କିନ୍ତୁ ସ୍ଥିତି ହେଲା ଏ ଯାଏଁ ୪୪ଟି ଚିଟଫଣ୍ଡ କମ୍ପାନୀ ମଧ୍ୟରୁ ୧୫ଟି ମାମଲାର ତଦନ୍ତ କରୁଛି କୋଲକାତା ସିବିଆଇ । ଭୁବନେଶ୍ବର ସିବିଆଇ ୨୯ଟି ମାମଲାର ତଦନ୍ତ କରୁଛି । ଏଇ ୨୯ ମାମଲା ମଧ୍ୟରୁ ମାତ୍ର ୬ଟି ମାମଲାର ତଦନ୍ତ ହିଁ ଶେଷ କରିପାରିଛି ସିବିଆଇ । ନବଦିଗନ୍ତ, ରିୟଲ ଆଲିୟନ୍ସ, ରିଲେ ଫାଉଣ୍ଡେସନ, ଜୋଡିଆକ୍ ଫାଉଣ୍ଡେସନ, ଆଦର୍ଶ ଏବଂ ଇସୋର ମାମଲାରେ ସିବିଆଇ ଫାଇନାଲ ଚାର୍ଜସିଟ୍ କରିଛି ।

୨୩ ଟି ମାମଲାରେ ସିବିଆଇର ତଦନ୍ତ ଏବେ ବି ଚାଲିଛି । ଫାଇନାଲ ଚାର୍ଜସିଟ୍ ଦାଖଲ ହୋଇପାରିନି । ସେଥି ମଧ୍ୟରେ ଅର୍ଥତତ୍ବ, ସିସୋର, ମାଇକ୍ରୋଫାଇନାନ୍‌ସ, ଆସ୍ଥା, ଗ୍ରୀନରେ ଇଣ୍ଟରନ୍ୟାସନାଲ, ସ୍ବସ୍ତିକ ଭଳି ହାଇପ୍ରୋଫାଇଲ ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିପାରିନାହିଁ । ବଡ଼ କଥା ହେଲା, ରାଜ୍ୟର ଏହି ୪ଟି ଚିଟଫଣ୍ଡ କମ୍ପାନୀ ଦ୍ବାରା ସର୍ବାଧିକ ଜମାକାରୀ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି । ତେଣୁ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାର ଏପରି ଶିଥିଳ ତଦନ୍ତ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

Related Posts