ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ଅଶୋକ କୁମାର ମହାପାତ୍ର, ଏକାସାଙ୍ଗେ ଚାରିଟି ସ୍ଥାନରେ ଚଢ଼ାଉ ଜାରି

ଭିଜିଲାନ୍ସ ଜାଲରେ ବଲାଙ୍ଗିର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର । କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । ବଲାଙ୍ଗିର ମୁଖ୍ୟ ଅଫିସ, ଦଶମତିନଗରସ୍ଥିତ ବାସଭବନର, ନାଲପଡା ସ୍ଥିତ ବାସଭବନ, ଭବାନୀପାଟଣା ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଚାଲିଛି । ଚଢ଼ାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ପାସ୍‌ବୁକ୍‌, ନଗଦ ଟଙ୍କା, ସୁନାଗହଣା ଭିଜିଲାନ୍ସର ହସ୍ତଗତ ହୋଇଛି ।ତେବେ ସେ କୌଣସି ପ୍ରକାରର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିନାହାନ୍ତି ବୋଲି ଅଶୋକ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। ସମ୍ବଲପୁର, ବରଗଡ, ଭବାନୀପାଟଣା, ବଲାଙ୍ଗିରର ୪ଟି ଟିମ୍ ଚଢାଉରେ ସାମିଲ ଅଛନ୍ତି ।

Related Posts