ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି; ପୁଣି ମୁହାଁମୁହିଁ ହେଲେ ଆନ୍ଦୋଳନକାରୀ-ପୁଲିସ, ରଣକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ): ଆଜିଠାରୁ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆରମ୍ଭ ହୋଇଛି ସତ୍ୟାଗ୍ରହ। ତେବେ ଏସବୁ ଭିତରେ ଆଜି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆନ୍ଦୋଳନକାରୀ-ପୁଲିସ । ରଣକ୍ଷେତ୍ର ପାଲଟିଛି ସମ୍ବଲପୁର କଚେରୀ ଛକ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ମାନେ ଆରମ୍ଭ କରିଦେଇଛନ୍ତି ଆନ୍ଦୋଳନ । ଛକରେ ଜୋରଦାର ଠେଲାପେଲା ସହ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତା ଧସ୍ତି ହୋଇଛି । ତେବେ ଚଳିତଥର ଆନ୍ଦୋଳନରେ ଓକିଲ ମାନଙ୍କ ସମର୍ଥନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ । ତା ସହିତ ସମର୍ଥନ ଜଣାଇ ଆନ୍ଦୋଳନ କରିଛନ୍ତି କିନ୍ନର ସଂଘ । ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାର ଦେଇଛନ୍ତି ଚେତାବନୀ ।

ଏହି ଧସ୍ତାଧସ୍ତି ମଧ୍ୟରେ କିଛି ଆଇନଜୀବୀ କହିଛନ୍ତି, ଆଗକୁ ଏହି ଆନ୍ଦୋଳ ବଢିବ । ଏଠି କୌଣସି ଷଡଯନ୍ତ୍ର ସଫଳ ହେବ ନାହିଁ । ଦାବି ପୁରଣ ନହେବାଯାଏଁ ଆନ୍ଦୋଳନ ଜାରି ରହିବ । ଆଜି ଏହି ଆନ୍ଦୋଳନରେ ସାଧାରଣ ଲୋକ ଯୋଗ ଦେଇଛନ୍ତି । ଆଗକୁ ଏହି ଆନ୍ଦୋଳନରେ ଆହୁରି ଲୋକ ସାମିଲ ହେବେ, ଷଡଯନ୍ତ୍ର ବିରୋଧରେ ସ୍ୱର ଉଠାଇବେ । ଆଗକୁ ଦେଖିବେ ଏହି ସ୍ଥାନ ଜନ ସମୁଦ୍ରରେ ପରିଣତ ହେବ ବୋଲି ଚେତାବନି ଦେଇଛନ୍ତି।

Related Posts