ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଗତସିଂହପୁର ତିର୍ତ୍ତୋଲଠାରେ ଥିବା ସାରଳା ସୂତାକଳର ପୁନରୁଦ୍ଧାର ପାଇଁ ପଦଯାତ୍ରା । ତିର୍ତ୍ତୋଲ ଠାରୁ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ କଂଗ୍ରେସ ପଦଯାତ୍ରା କରୁଛି । ଏଥିରେ କଂଗ୍ରେସ ନେତା ଓ କର୍ମୀଙ୍କ ସମେତ ଅନେକ ସାଧାରଣ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ସୂତାକଳକୁ ରୁଣମୁକ୍ତ ଓ ପୁନରୁଦ୍ଧାର ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିର୍ତ୍ତୋଲ ଜନତାଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ରକୁ ନେଇ ତିେର୍ତ୍ତୋଲରୁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟାଳୟକୁ କଂଗ୍ରେସ ପକ୍ଷରୁ ଏହି ଐତିହାସିକ ପଦଯାତ୍ରା କରାଯାଉଛି ।
ଏନେଇ ୨୦୧୯ ନିର୍ବାଚନରେ କଂଗ୍ରେସର ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ଦୀର୍ଘ ୨୨ ବର୍ଷ ଧରି ବନ୍ଦ୍ ପଡ଼ିଥିବା ସାରଳା ସୂତା କଳକୁ ସରକାର ତୁରନ୍ତ ଋଣ ମୁକ୍ତ କରି ପୁନଃ କାର୍ଯ୍ୟକ୍ଷମ କରନ୍ତୁ। ଏହା କେବଳ କଂଗ୍ରେସ ର ଦାବି ନୁହଁ ଏହା ତିର୍ତ୍ତୋଲ ଅଞ୍ଚଳର ସମସ୍ତ ବେକାର ଯୁବକ ଓ ସାଧାରଣ ଜନତାଙ୍କ ଦାବି।
